
ଭଦ୍ରକ, ୨୫ ନଭେମ୍ବର (ହି.ସ.) - ରାଜ୍ୟ ଆଇନ୍ସେବା ପ୍ରାଧିକରଣ କଟକଙ୍କ ପ୍ରଦତ କ୍ୟାଲେଣ୍ଡର ଅନୁଯାୟୀ ସଚେତନତା ଶିବିର କାର୍ଯ୍ୟକ୍ରମ ନିମିତ ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଭଦ୍ରକରେ ଆଇନ୍ ବିଭାଗର ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ସାମ୍ବିଧାନ ଗଠନ କାର୍ଯ୍ୟ ତଥା ଅଧିକାର ଏବଂ କର୍ତବ୍ୟ ସଂପର୍କରେ ସମାଜରେ ତୃତୀୟ ଲିଙ୍ଗିଙ୍କର ଅଧିକାର ସଂପର୍କରେ ଏବଂ ମୁଖ୍ୟ ଆଭିମୁଖ୍ୟ ଯାହାକି ଯୌନ ଉତ୍ପୀଡ଼ନ ମହିଳାମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚର ସମ୍ବନ୍ଧରେ ଆସିଥିବା ସମ୍ମାନନୀୟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆସିଥିବା ଅତିଥିମାନଙ୍କ ଭିତରେ ଅଂଶୁମାନ ଦ୍ୱିବେଦୀ, ଅତିରିକ୍ତ ଆରକ୍ଷୀ ଅଧିକାରୀ (ଡ଼ି.ଆଇ.ବି),ଭଦ୍ରକ ଡ଼. ଦୁର୍ଗାଶଙ୍କର ଦାସ, ଅଧ୍ୟକ୍ଷ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ, ବନମାଳୀ ଜେନା, ସଦସ୍ୟ, କିଶୋର ନ୍ୟାୟ ପରିଷଦ, ଭଦ୍ରକ, ଡ଼. ତାପସ କୁମାର ମହାନ୍ତି, ସହାୟକ ପ୍ରତିପକ୍ଷ ଓକିଲ, ନ୍ୟାୟ ରକ୍ଷକ, ଭଦ୍ରକ ତଥା ବରିଷ୍ଠ ଅଧ୍ୟାପକ, ଅଧ୍ୟାପିକା ଏବଂ କଲେଜର ଛାତ୍ରଛାତ୍ରୀ, ଜିଲ୍ଲା ଆଇନ୍ସେବା ପ୍ରାଧିକରଣର କର୍ମୀଗଣ ଏହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଶ୍ରୀ ଦ୍ୱିବେଦୀ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ତଥା ସମୟକୁ ଅପଚୟ ନକରି ନିଜ ନିଜର କେରିଅର୍ ପ୍ରତି ଦୃଷ୍ଟିଦେବାକୁ ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରଦାନ କରିଥିଲେ । ଶ୍ରୀ ରଥ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଏକ ଜନମଙ୍ଗଳ ରାଷ୍ଟ୍ର ନିର୍ମାଣ ପାଇଁ ଛାତ୍ରଛାତ୍ରୀ ହେଉଛନ୍ତି ମୁଖ୍ୟ ମାଧ୍ୟମ । ଛାତ୍ରଛାତ୍ରୀମାନଙ୍କ ଭୂମିକା ସମାଜ ସଂସ୍କାର ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନାଲସା ଦେୟ ମୁକ୍ତ ନମ୍ବର ୧୫୧୦୦ ଯାହାକି ସମଗ୍ର ଦେଶରେ ମାଗଣା ଆଇନ୍ ସହାୟତା ପାଇଁ ଉଦ୍ଦିଷ୍ଟ ଶ୍ରୀ ରଥ ମଧ୍ୟ ଏହାର ପ୍ରଚାର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସୂଚନା ଦେଇଥିଲେ । ପରିଶେଷରେ ଶ୍ରଦ୍ଦାଞ୍ଜଳି ରାଉତ ଅଧ୍ୟାପିକା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଭଦ୍ରକ ସମସ୍ତ ଆଗନ୍ତୁକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ