ଜୟ ଶ୍ରୀରାମ, ଜୟ-ଜୟ ହନୁମାନ ଜୟକାର ସହିତ ପୁଷ୍ପବର୍ଷାରେ ପିଏମ ମୋଦିଙ୍କ ସ୍ୱାଗତ କଲେ ଅଯୋଧ୍ୟାବାସୀ
ଅଯୋଧ୍ୟା, 25 ନଭେମ୍ବର (ହି.ସ.)- ଅଯୋଧ୍ୟାରେ ଭଗବାନ୍ ଶ୍ରୀରାମଙ୍କ ମନ୍ଦିରର ମୁଖ୍ୟ ଶିଖରରେ ମଙ୍ଗଳବାର ଅଭିଜିତ୍ ମୁହୂର୍ତରେ କେସରିଆ ରଙ୍ଗର ଧର୍ମଧ୍ୱଜା ସ୍ଥାପିତ ହୋଇଗଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖର ଉପରେ ଭଗବା ଧ୍ୱଜ ଉଡାଇଛନ୍ତି। ଏହି ସମୟରେ ମନ୍ଦିର
ଜୟ ଶ୍ରୀରାମ, ଜୟ-ଜୟ     ହନୁମାନ ଜୟକାର ସହିତ ପୁଷ୍ପବର୍ଷାରେ ପିଏମ ମୋଦିଙ୍କ ସ୍ୱାଗତ କଲେ ଅଯୋଧ୍ୟାବାସୀ


ଅଯୋଧ୍ୟା, 25 ନଭେମ୍ବର (ହି.ସ.)- ଅଯୋଧ୍ୟାରେ

ଭଗବାନ୍ ଶ୍ରୀରାମଙ୍କ ମନ୍ଦିରର ମୁଖ୍ୟ ଶିଖରରେ ମଙ୍ଗଳବାର ଅଭିଜିତ୍ ମୁହୂର୍ତରେ କେସରିଆ ରଙ୍ଗର

ଧର୍ମଧ୍ୱଜା ସ୍ଥାପିତ ହୋଇଗଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖର ଉପରେ ଭଗବା ଧ୍ୱଜ ଉଡାଇଛନ୍ତି। ଏହି ସମୟରେ ମନ୍ଦିର

ପରିସରର ପରିବେଶ ଭକ୍ତିମୟ ଏବଂ ଉତ୍ସାହରେ ପୁର୍ଣ୍ଣ ଥିଲା।

ଏହାର ପୂର୍ବରୁ ରାମନଗରୀ

ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ଭାବେ ସ୍ୱାଗତ କରାଯାଇଥିଲା। ‘ଜୟ ଶ୍ରୀରାମ’, ‘ଜୟ ଜୟ ହନୁମାନ’ର ଗଗନଭେଦୀ ନାରା ସହିତ ଅଯୋଧ୍ୟାବାସୀମାନେ ପ୍ରଧାନମନ୍ତ୍ରୀଙ୍କ କାଫିଲା ଉପରେ

ପୁଷ୍ପବୃଷ୍ଟି କରିଥିଲେ। ସମ୍ପୁର୍ଣ୍ଣ ପଥରେ ପ୍ରଧାନମନ୍ତ୍ରୀଙ୍କ ଅପୂର୍ବ ସ୍ଵାଗତ ହୋଇଥିଲା। ଏହି ସ୍ଵାଗତରେ ଅଭିଭୂତ ହୋଇ ପ୍ରଧାନମନ୍ତ୍ରୀ

ମଧ୍ୟ ହାତ ହଲାଇ ଅଯୋଧ୍ୟାବାସୀମାନଙ୍କୁ ଅଭିବାଦନ କରିଥିଲେ। ଅଯୋଧ୍ୟା ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ୍ ପ୍ରଧାନମନ୍ତ୍ରୀଙ୍କ

ସ୍ଵାଗତ କରିଥିଲେ।

ଅଯୋଧ୍ୟାବାସୀଙ୍କ ଏକ

ହାତରେ ଭଗବା ଧ୍ୱଜ, ଅନ୍ୟ ହାତରେ ତିରଙ୍ଗା

ପ୍ରଧାନମନ୍ତ୍ରୀ ମୋଦୀ

ଆଜି ସକାଳେ ଅଯୋଧ୍ୟା ପହଞ୍ଚିଥିଲେ। ସାକେତ ମହାବିଦ୍ୟାଳୟରେ ତାଙ୍କ ହେଲିକପ୍ଟର ଅବତରଣ କରିଲା।

ସେଠାରୁ କାଫିଲା ସହିତ ଟେଢ଼ୀ ବଜାର ହୋଇ ସେ ଶ୍ରୀରାମ ମନ୍ଦିର ପରିସରକୁ ପ୍ରବେଶ କରିଥିଲେ। ଏହି

ସମୟରେ ଅଯୋଧ୍ୟାବାସୀମାନେ ‘ଜୟ ଶ୍ରୀରାମ’, ‘ଜୟ ଜୟ ହନୁମାନ’ର ଗଗନଭେଦୀ ନାରା ସହ ତାଙ୍କୁ ସ୍ଵାଗତ କରୁଥିଲେ। ଅଯୋଧ୍ୟାବାସୀମାନେ ଏକ ହାତରେ ଭଗବା ଧ୍ୱଜ ଏବଂ ଅନ୍ୟ ହାତରେ ତିରଙ୍ଗା ଉଡାଇ

ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବାରେ ବ୍ୟସ୍ତ ଥିଲେ।

ସପ୍ତ ମନ୍ଦିରରେ କରିଲେ

ପୂଜା-ଅର୍ଚ୍ଚନା

ପ୍ରଧାନମନ୍ତ୍ରୀ ମୋଦୀ

ସପ୍ତ ମନ୍ଦିରରେ ପୂଜା-ଅର୍ଚ୍ଚନା କଲେ। ମନ୍ଦିର ପରିସରରେ ମହର୍ଷି ଵଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ଵାଲ୍ମୀକି, ଦେବୀ ଅହଲ୍ୟା, ନିଷାଦରାଜ ଗୁହ୍ୟ ଓ ମାତା ଶବରୀଙ୍କ ମନ୍ଦିରରେ ପହଞ୍ଚି ପ୍ରଧାନମନ୍ତ୍ରୀଙ୍କ ଶିର ନମାଇଲେ।

ପ୍ରଧାନମନ୍ତ୍ରୀ ଶେଷାବତାର ମନ୍ଦିର ଓ ମାତା ଅନ୍ନପୂର୍ଣ୍ଣା ମନ୍ଦିରରେ ମଧ୍ୟ ଦର୍ଶନ-ପୂଜନ କଲେ।

ତା’ପରେ ଶ୍ରୀରାମ ମନ୍ଦିର ପରିସରରେ ରାମ ଦରବାରରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ଼ଃ ମୋହନ ଭାଗବତ୍ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦର୍ଶନ-ପୂଜନ ଓ ଆରତି କରିଥିଲେ। ଏଠାରେ ପୁଜାରୀମାନେ ତିନିଜଣ ବିଶିଷ୍ଟଜନଙ୍କୁ ରାମ ନାମୀ ଗାମୁଛା

ଓଢାଇଥିଲେ ଓ ପ୍ରସାଦ ପ୍ରଦାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande