
ଡେରାଡୁନ, 25 ନଭେମ୍ବର (ହି.ସ.)- ବିଶ୍ଵ-ପ୍ରସିଦ୍ଧ ବଦ୍ରୀନାଥ ଧାମର କପାଟ ଆଜି
ଶୁଭ ମୁହୂର୍ତ୍ତରେ ଅପରାହ୍ନ 2ଟା 56 ମିନିଟରେ ଶୀତକାଳ
ପାଇଁ ବନ୍ଦ କରାଯିବ। ମାନ୍ୟତା ଅନୁସାରେ ଛଅ ମାସ ମନୁଷ୍ୟ ଓ ଛଅ ମାସ ଦେବତାମାନେ ଭଗବାନ
ବଦ୍ରୀନାଥଙ୍କ ପୂଜା କରନ୍ତି।
ଆଜି ସମ୍ପୂର୍ଣ୍ଣ
ବିଧି-ବିଧାନ ଓ ଅଖଣ୍ଡ ଦୀପକର ପ୍ରକାଶରେ ମା ଲକ୍ଷ୍ମୀ ଓ ଭଗବାନ ବଦ୍ରୀନାଥଙ୍କୁ ଘୃତ କମ୍ବଳ
ଓଢ଼ାଇ କପାଟ ବନ୍ଦ କରାଯିବ। କପାଟ ବନ୍ଦ ହେବାକୁ ଥିବାରୁ ମନ୍ଦିରକୁ ଫୁଲରେ ସଜାଯାଇଛି। ସକାଳୁ
ହିଁ ବହୁ ସଂଖ୍ୟାରେ ଭକ୍ତମାନେ ପହଁଚୁଛନ୍ତି।
ଗଡ଼ୱାଳ ରାଇଫଲ୍ସର ବ୍ୟାଣ୍ଡ ସଙ୍ଗୀତ ସହିତ
ସକାଳରୁ ହିଁ କପାଟ ବନ୍ଦ କରିବାର ପରମ୍ପରା ଆରମ୍ଭ ହୋଇଯାଇଛି। ବିଶେଷ ଶୃଙ୍ଗାର ସହିତ ଭଗବାନଙ୍କୁ ବିଭିନ୍ନ ପ୍ରକାରର ଭୋଗ ଅର୍ପଣ
କରାଯାଉଛି। ଉଲ୍ଲେଖନୀୟ ଯେ, ଏହି ବର୍ଷ 16 ଲକ୍ଷ 60 ହଜାର ଭକ୍ତମାନେ ଭଗବାନ ବଦ୍ରୀ ବିଶାଳଙ୍କ ଦର୍ଶନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା