ଭାରତରେ ନେପାଳ ବର୍ଡର ଜରିଆରେ ଅନୁପ୍ରବେଶ କରୁଥିବା ଚୀନୀ ନାଗରିକ ଗିରଫ
ବହରାଇଚ, 25 ନଭେମ୍ବର (ହି.ସ.)- ଇଣ୍ଡୋ-ନେପାଳ ଅନ୍ତର୍ଜାତୀୟ ସୀମା ଚେକପୋଷ୍ଟରେ ପୁନର୍ବାର ସୁରକ୍ଷାରେ ତ୍ରୁଟି ଦେଖାଦେଇଛି। ସୀମା ସୁରକ୍ଷା ବଳ ଓ ପୋଲିସ ଟିମର ମିଳିତ ତଲାସୀ ଅଭିଯାନରେ ସୋମବାର ରାତି ସମୟରେ ଜଣେ ଚୀନ ନାଗରିକଙ୍କୁ ବେଆଇନ କାର୍ଯ୍ୟକଳାପ ଓ ସୀମାର ଅତ୍
ଭାରତରେ ନେପାଳ ବର୍ଡର     ଜରିଆରେ ଅନୁପ୍ରବେଶ କରୁଥିବା ଚୀନୀ ନାଗରିକ ଗିରଫ


ବହରାଇଚ, 25 ନଭେମ୍ବର (ହି.ସ.)- ଇଣ୍ଡୋ-ନେପାଳ

ଅନ୍ତର୍ଜାତୀୟ ସୀମା ଚେକପୋଷ୍ଟରେ ପୁନର୍ବାର ସୁରକ୍ଷାରେ ତ୍ରୁଟି ଦେଖାଦେଇଛି। ସୀମା ସୁରକ୍ଷା

ବଳ ଓ ପୋଲିସ ଟିମର ମିଳିତ ତଲାସୀ ଅଭିଯାନରେ ସୋମବାର ରାତି ସମୟରେ ଜଣେ ଚୀନ ନାଗରିକଙ୍କୁ ବେଆଇନ

କାର୍ଯ୍ୟକଳାପ ଓ ସୀମାର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ଭିଡିଓଗ୍ରାଫି କରୁଥିବା ଅଭିଯୋଗରେ

ଗିରଫ କରାଯାଇଛି।

ସଶସ୍ତ୍ର ସୀମା ବଳ

(ଏସଏସବି)ର ୪୨ତମ ବାହିନୀର ଉପ ନିରୀକ୍ଷକ ରତ୍ନେଶ ଯାଦବ ଓ ରୁପୈଡ଼ିହା ଥାନା ପ୍ରଭାରୀ ରମେଶ ରାୱତ ପୋଲିସ ଦଳ ସହ ମିଶି ସୀମାରେ ପହରା ଦେଉଥିଲେ।

ଏହି ସମୟରେ ସେମାନେ ଭାରତୀୟ ସୀମାଭିତରେ ବୁଲୁଥିବା ଜଣେ ଚୀନ ନାଗରିକଙ୍କୁ ଦେଖିଥିଲେ।

ସନ୍ଦିଗ୍ଧ ଚୀନ ନାଗରିକଙ୍କୁ ରୋକି ସୁରକ୍ଷା ବଳ ତାଙ୍କୁ ଭାରତୀୟ ଅଞ୍ଚଳରେ ଘୁରୁଥିବା କାରଣ ପଚାରିଲେ,

କିନ୍ତୁ ସେ ଏଥିପାଇଁ କୌଣସି ସନ୍ତୋଷଜନକ

ଉତ୍ତର ଦେଇପାରିଲେ ନାହିଁ।

ପଚରାଉଚରା ସମୟରେ ସେ ତାର

ନାମ ଲ୍ୟୁ କୁଜିଂଗ, ଚୀନର ହୁନାନ ଅଂଚଳର ବାସିନ୍ଦା ବୋଲି କହିଥିଲା । ତଲାସୀ ସମୟରେ କୁଜିଂ

ନିକଟରୁ ତିନୋଟି ମୋବାଇଲ ଫୋନ, ଚୀନ, ନେପାଳ ଓ ପାକିସ୍ତାନୀ ମୁଦ୍ରା ଜବତ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande