
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ଆଜିର ଦିନଟି
ଆମ ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ପବିତ୍ର ଓ ଐତିହାସିକ ଦିନ । ଆମ ଆସ୍ଥାର ପ୍ରାଣ କେନ୍ଦ୍ର
ଶ୍ରୀ ଅଯୋଧ୍ୟା ଧାମରେ ,ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା, ପ୍ରଭୁ ଶ୍ରୀରାମଙ୍କ
ପବିତ୍ର ଧର୍ମ-ଧ୍ଵଜା ଆରୋହଣ ମହାସମାରୋହର ସହ ସମ୍ପନ୍ନ ହୋଇଛି।
ଏହି ଧ୍ଵଜାରୋହଣ କେବଳ ଏକ ସାଧାରଣ ଅନୁଷ୍ଠାନ
ନୁହେଁ। ଏହା ହେଉଛି ବର୍ଷ ବର୍ଷ ଧରି ଚାଲିଥିବା ଆନ୍ଦୋଳନ, ଅଗଣିତ ତ୍ୟାଗ ଏବଂ
ସଂଘର୍ଷର ମହାନ ଫଳାଫଳ। ଏହା ହିଁ ହେଉଛି 'ସଂକଳ୍ପରୁ ସିଦ୍ଧି'ର ଏକ ଜ୍ଵଳନ୍ତ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଏହି ଶୁଭ ଅନୁଷ୍ଠାନ ଆମର ସନାତନୀ ଆସ୍ଥା,
ଆମର ଗୌରବମୟ ସଂସ୍କୃତି ଏବଂ ଆମର
ଐତିହାସିକ ଗୌରବର ମୂକସାକ୍ଷୀ ଅଟେ। ଶ୍ରୀ ଅଯୋଧ୍ୟା ଧାମର ଏହି ଗୌରବପୂର୍ଣ୍ଣ ମୁହୂର୍ତ୍ତରେ ମୁଁ
ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଏହା ସହ ନିଜର ପ୍ରୟାସ, ବଳିଦାନ ଏବଂ ସମର୍ପଣ ଦ୍ଵାରା ଏହି ପବିତ୍ର ମାର୍ଗକୁ ପ୍ରଶସ୍ତ
କରିଥିବା ଅଗଣିତ ରାମଭକ୍ତମାନଙ୍କୁ କୋଟି କୋଟି
ପ୍ରଣାମ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା