
ନୂଆଦିଲ୍ଲୀ, 25 ନଭେମ୍ବର (ହି.ସ.)- ବୈଜ୍ଞାନିକ
ଓ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର)
ଏବଂ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ
ପରିଷଦ (ଆଇସିଏମଆର) ଯୋଗୁଁ ସଂଯୁକ୍ତ ସଭାରେ ନବୀନ ଔଷଧ ପରୀକ୍ଷଣ ପର୍ଯ୍ୟାୟକୁ ଅଗ୍ରସର କରିବା, ବର୍ଜ୍ୟ ଜଳ ନିରୀକ୍ଷଣର ପରିଧି ବୁଲାଇବା,
‘ଓନ୍ ହେଲ୍ଥ ମିଶନ’କୁ ସୁଦୃଢ କରିବା, ଗବେଷକମାନଙ୍କ ପାଇଁ ସୁଯୋଗ ବୃଦ୍ଧି କରିବା,ସଂଯୁକ୍ତ ପ୍ରୌଦ୍ୟୋଗିକୀ
ବିକାଶ ପ୍ରକ୍ରିୟାକୁ ସୁସଂଗଠିତ କରିବା ଏବଂ ଚିକିତ୍ସାଜନିତ ଆପତ୍କାଳୀନ ମାନବହୀନ ଉଡାଣ ସେବା
ଆରମ୍ଭ କରିବା ପରି ଅନେକ ନିଷ୍ପତି ନିଆଯାଇଛି ।
କେନ୍ଦ୍ରୀୟ ବିଜ୍ଞାନ ଓ
ପ୍ରଯୁକ୍ତି ବିଭାଗ ଅନୁସାରେ, ରାଜଧାନୀ ଦିଲ୍ଲୀର ସିଏସଆଇଆରବିଜ୍ଞାନ କେନ୍ଦ୍ରରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ସଭାର ସହ-ଅଧ୍ୟକ୍ଷତା ସିଏସଆଇଆର ମହାନିର୍ଦେଶକ
ଓ ସଚିବ (ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ବିଭାଗ) ଡ଼ଃ ଏନ୍ କଳାଇସେଲଭି ଏବଂ ଆଇସିଏମଆର ମହାନିର୍ଦେଶକ
ଓ ସଚିବ (ସ୍ୱାସ୍ଥ୍ୟ ଅନୁସନ୍ଧାନ ବିଭାଗ) ଡ଼ଃ ରାଜୀବ
ବହଲ କରିଥିଲେ। ସଭାରେ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଓ ବିଭିନ୍ନ ପରୀକ୍ଷାଗାରର
ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା