
ଭୁବନେଶ୍ୱର,୨୫ ନଭେମ୍ବର (ହି.ସ)- ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଙ୍ଗଳବାର ଦିନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ନୂଆଦିଲ୍ଲୀଠାରେ ସାକ୍ଷାତ କରିଛନ୍ତି।
ଏସମ୍ପର୍କରେ ସୂଚନା ଦେଇ ଶ୍ରୀ ସାମଲ ଏକ୍ସରେ ପୋଷ୍ଟ କରିଛନ୍ତି ଆଜି ନୂଆଦିଲ୍ଲୀରେ ଆମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହ ସାକ୍ଷାତ କରିବାର ଅବସର ପ୍ରାପ୍ତ ହେଲା । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କଲି । ଏହି ଅବସରରେ ବିହାର ବିଧାନସଭା ନିର୍ବାଚନ ବିଜୟର ଅଭିନନ୍ଦନ ଓ ଶୁଭକାମନା ଜଣାଇଲି । ରାଷ୍ଟ୍ରୀୟ ଅଧକ୍ଷ ମଧ୍ୟ ନୂଆପଡ଼ା ଉପନିର୍ବାଚନ ବିଜୟର ଅଭିବାଦନ ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା