(ରାମମନ୍ଦିର ଧ୍ୱଜାରୋହଣ) ଆଜି ବର୍ଷବର୍ଷର ଘା’ ଭରିଲା, ବର୍ଷର ସଂକଳ୍ପ ସିଦ୍ଧି ମିଳିଲା- ଭାଗବତ
ଅଯୋଧ୍ୟା, 25 ନଭେମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ଼ଃ ମୋହନ ଭାଗବତ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖରରେ ଧର୍ମଧ୍ୱଜ ଉତ୍ତୋଳନକୁ ଐତିହାସିକ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଆଜି ଆମ ସମସ୍ତଙ୍କ ପାଇଁ ଏକ ସାର୍ଥକ ଦିନ ଅଟେ। ରାମ ମନ୍ଦିର
(ରାମମନ୍ଦିର ଧ୍ୱଜାରୋହଣ)     ଆଜି ବର୍ଷବର୍ଷର ଘା’ ଭରିଲା, ବର୍ଷର ସଂକଳ୍ପ ସିଦ୍ଧି ମିଳିଲା- ଭାଗବତ


ଅଯୋଧ୍ୟା, 25 ନଭେମ୍ବର (ହି.ସ.)- ରାଷ୍ଟ୍ରୀୟ

ସ୍ୱୟଂସେବକ ସଂଘର ସରସଂଘଚାଳକ ଡ଼ଃ ମୋହନ ଭାଗବତ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖରରେ

ଧର୍ମଧ୍ୱଜ ଉତ୍ତୋଳନକୁ ଐତିହାସିକ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଆଜି ଆମ ସମସ୍ତଙ୍କ ପାଇଁ

ଏକ ସାର୍ଥକ ଦିନ ଅଟେ। ରାମ ମନ୍ଦିର ନିର୍ମାଣ ପାଇଁ ଜାଣିନି କେତେ ଲୋକ ନିଜ ପ୍ରାଣବଳୀ ଦେଇଥିଲେ, ଆଜି ସେମାନଙ୍କର ଆତ୍ମା ନିଶ୍ଚୟ ତୃପ୍ତ ହୋଇଥିବ। ଅଶୋକ ସିଂହଲ

ଜୀଙ୍କୁ ସେଠାରେ ଶାନ୍ତି ମିଳିଥିବା ହେବ ଏବଂ ଆଜି ମନ୍ଦିରର ଧ୍ୱଜାରୋହଣ ସମ୍ପନ୍ନ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦୀଙ୍କ ଉପସ୍ଥିତିରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ ଆୟୋଜିତ ଧ୍ୱଜାରୋହଣ ଅବସରକୁ

ସମ୍ବୋଧନ କରି ଡ଼ଃ ଭାଗବତ କହିଛନ୍ତି ଯେ ଏହା ସେହି ରାମରାଜ୍ୟର ଧ୍ୱଜ ଯେଉଁଠି କେବେ ଅୟୋଧ୍ୟାରେ

ଏବଂ ସମଗ୍ର ବିଶ୍ୱରେ ଉତ୍ତୋଳିତ ହେଉଥିଲା, ଆଜି ସେହି ମନ୍ଦିରରେ ଉଡୁଛି। ଏହି ଭଗବା ଧ୍ୱଜରେ ରଘୁକୁଳର ପ୍ରତୀକ କୋବିଦାର

ବୃକ୍ଷ ଅଙ୍କିତ ଅଛି। ଏହି ବୃକ୍ଷ ରଘୁକୁଳର କ୍ଷମତାର ପ୍ରତୀକ। ଏହି ସେହି

ବୃକ୍ଷ ଯାହା ବିଷୟରେ କୁହାଯାଏ ଯେ ବୃକ୍ଷ ସମସ୍ତଙ୍କୁ ଛାୟା ଦିଅନ୍ତି କିନ୍ତୁ ସେମାନେ ନିଜେ

ସୂର୍ଯ୍ୟର ତାପରେ ଠିଆ ହୋଇରହନ୍ତି; ଫଳ ମଧ୍ୟ ଅନ୍ୟମାନଙ୍କ ପାଇଁ ଦିଅନ୍ତି। ରାମରାଜ୍ୟର ଏହି ଧ୍ୱଜ ଏହି

ସନ୍ଦେଶ ଦିଏ ଯେ ପରିସ୍ଥିତି କେତେ ଜଟିଳ ହେଉ, ତଥାପି ଧୈର୍ଯ୍ୟର ସହିତ ତାହାକୁ ଅନୁକୂଳତାରେ ପରିଣତ କରିବାକୁ ପଡ଼େ; ଏବଂ ଆଜି ହିନ୍ଦୁ ସମାଜ ରାମ ମନ୍ଦିର ପାଇଁ 500 ବର୍ଷ ଧରି ସଂଘର୍ଷ

କରି ତାହା ପ୍ରମାଣ କରିଛି। ଏହି ସତ୍ୟ ଉପରେ ଆଧାରିତ ଧର୍ମକୁ ବିଶ୍ୱକୁ ଦେବାକୁ ଭାରତ ଆଜି

ପ୍ରସ୍ତୁତ। ଆଜି ଅୟୋଧ୍ୟା ସମଗ୍ର ବିଶ୍ୱର ସାଂସ୍କୃତିକ ଚେତନାର କେନ୍ଦ୍ରରେ ପରିଣତ ହେଉଛି ଏବଂ

ସମଗ୍ର ବିଶ୍ୱ ରାମମୟ। ଏହି ଧର୍ମଧ୍ୱଜ କେବଳ ଧର୍ମର ପ୍ରତୀକ ନୁହେଁ, ଏହା ଭାରତର ପୁନର୍ଜାଗରଣର ପ୍ରତୀକ ମଧ୍ୟ ଅଟେ ଏବଂ ଏହାର ଭଗବା ରଙ୍ଗ

ବର୍ଷ ବର୍ଷର ସଂକଳ୍ପର ପ୍ରତୀକ।

ଡ଼. ଭାଗବତ ଶ୍ରୀରାମ

ମନ୍ଦିର ଆନ୍ଦୋଳନକୁ ସ୍ମରଣ କରି କହିଛନ୍ତି ଯେ ଆଜି ବର୍ଷର ଘା’ ଭରିଯାଇଛି ଏବଂ ବର୍ଷର ସଂକଳ୍ପ ସିଦ୍ଧି

ପ୍ରାପ୍ତ ହୋଇଛି। 500 ବର୍ଷ ଧରି ଚାଲିଥିବା ଯଜ୍ଞର ପୁର୍ଣ୍ଣାହୁତି ଆଜି ସମ୍ପୂର୍ଣ୍ଣ ହୋଇଛି। ଏହି ଧର୍ମଧ୍ୱଜ

ସହସ୍ରାବ୍ଦିଧରି ଏହି ସନ୍ଦେଶକୁ ଉଦ୍ଘୋଷ କରିବ। ସୂର୍ଯ୍ୟ ଭଗବାନ ସେହି ସଂକଳ୍ପର ପ୍ରତୀକ।

ଯେପରି ସ୍ୱପ୍ନ ଲୋକେ ଦେଖିଥିଲେ, ସେହିପରି କିମ୍ବା ଏମିତି କୁହାଯାଏ ଯେ ତାହାଠାରୁ ମଧ୍ୟ ଅଧିକ ଭବ୍ୟ

ମନ୍ଦିର ନିର୍ମିତ ହୋଇଛି। ସେ ରଥର ସାରଥୀ ଏବଂ ସାତଟି ଘୋଡ଼ାଙ୍କୁ ଅଲଗା ଅଲଗା ଭାବେ ବ୍ୟାଖ୍ୟା

କରି କହିଛନ୍ତତ ଯେ ଭାରତ ଦୟା, ବିନମ୍ରତା ଏବଂ କରୁଣାର ବାର୍ତ୍ତା ସମଗ୍ର ବିଶ୍ୱକୁ ଦେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande