
ପୁରୀ, ୨୫ ନଭେମ୍ବର (ହି.ସ.)- ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦର ବୈଷୟିକ ସହଯୋଗରେ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନୀତି କମିଟି ପକ୍ଷରୁ ଏକ ପ୍ରଶିକ୍ଷଣ କର୍ମଶାଳା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଭେଷଜ ବିଜ୍ଞାନ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ମୂଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିବା ବେଳେ ବୈଜ୍ଞାନିକ ଡା. ସିଦ୍ଧାର୍ଥ ଗିରି, ଡା.ଶୁଭେନ୍ଦୁ କୁମାର ଆଚାର୍ଯ୍ୟ, ପୂର୍ବତନ ଡିନ୍ ପ୍ରଫେସର ବିରଞ୍ଚି ନାରାୟଣ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ନୀତି କମିଟିର ସଦସ୍ୟ ସଚିବ ପ୍ରଫେସର ଡା. କାଳୀପ୍ରସାଦ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ବକ୍ତାମାନେ ଭେଷଜ ବିଜ୍ଞାନ ଗବେଷଣା ସମ୍ପର୍କରେ ଥିବା ବିଭିନ୍ନ ସରକାରୀ ନିର୍ଦ୍ଦେଶାବଳୀ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ନୂଆ ନିୟମ ସମ୍ପର୍କରେ ଅବଗତ କରାଇଥିଲେ। ମେଡିକାଲ୍ କଲେଜ୍ ଡିନ୍ ପ୍ରଫେସର ଡା. ସବିତା ମହାପାତ୍ର, ଉପାଧ୍ୟକ୍ଷ ପ୍ରଫେସର ଡା. ଲଲାଟେନ୍ଦୁ ସ୍ବାଇଁ, ଅଧୀକ୍ଷକ ପ୍ରଫେସର ଡା. କୌଶିକ ମିଶ୍ରଙ୍କ ନେତୃତ୍ବରେ ଡା. ଶର୍ମିଷ୍ଠା ସ୍ଵାଇଁ, ଡା. ରାଜଲକ୍ଷ୍ମୀ ଉପାଧ୍ୟାୟ, ଡା. ଶୈଲେନ୍ କୁମାରମିଶ୍ର, ଡା. ପ୍ରସନ୍ନ ପ୍ରଧାନ, ଡା. ଶାସ୍ଵତୀ ନନ୍ଦ, ଡା. ମୌସୁମୀ ପ୍ରଧାନ, ଡା. ଅମ୍ରିତ ପ୍ରକାଶ ଓ ଡା. ତନ୍ମୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଲେଜର କର୍ମଚାରୀମାନେ ସହଯୋଗୀତା କରିଥିଲେ ।
ଏହି ଅବସରରେ ଡା. ଶୁଭେନ୍ଦୁ ବିକାଶ ପଟ୍ଟନାୟକ, ଡା. ସତ୍ୟପ୍ରିୟ ମିଶ୍ର, ଡା. ବିପିନ୍ ବିହାରୀ ଖୁଣ୍ଟିଆ, ଅଧୀବକ୍ତା ଗୁଣ୍ଡିଚା ବରାଳ, ମନସ୍ତତ୍ବବିତ୍ ଶୈଳବାଳା ମିଶ୍ର ଓ ଶିଶୁ ସାହିତ୍ୟିକ ଡ. ବୀରେନ୍ଦ୍ର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭେଷଜ ବିଜ୍ଞାନର ବହୁ ଅଧ୍ୟାପକ ଅଧ୍ୟାପିକା ଓ ଗବେଷକ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ