
ନୂଆଦିଲ୍ଲୀ, 25 ନଭେମ୍ବର (ହି.ସ.)-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଶ୍ରୀ ଗୁରୁ ତେଗ ବାହାଦୂରଙ୍କ 350ତମ ସହିଦ ଦିବସ
ଅବସରରେ ତାଙ୍କୁ ନମନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୁରୁ ତେଗ ବାହାଦୂରଙ୍କ
ଅତୁଳନୀୟ ସାହସ ଓ ସର୍ବୋଚ୍ଚ ବଳିଦାନ ସର୍ବଦା ସମାଜର ମାର୍ଗ ଆଲୋକିତ କରୁଥିବ ।
ପ୍ରଧାନମନ୍ତ୍ରୀ ମୋଦି
ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ଶ୍ରୀଗୁରୁ ତେଗ ବାହାଦୂରଙ୍କ 350ତମ ସହିଦ ଦିବସରେ ଆମେ ତାଙ୍କ
ଅତୁଳନୀୟ ସାହସ ଓ ବଳିଦାନକୁ ନମନ କରିବା । ଆସ୍ଥା ଓ ମାନବତାର ରକ୍ଷା ପାଇଁ ଦିଆଯାଇଥିବା ତାଙ୍କ
ବଳିଦାନ ସର୍ବଦା ଆମ ସମାଜକୁ ପ୍ରେରିତ କରୁଥିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା