କର ସଂଗ୍ରହଣ ଦେଶ ନିର୍ମାଣର ଆଧାରଶିଳା, ରାଜସ୍ୱ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ- ରାଷ୍ଟ୍ରପତି
ନୂଆଦିଲ୍ଲୀ, 25 ନଭେମ୍ବର (ହି.ସ.)- ଭାରତୀୟ ରାଜସ୍ୱ ସେବା (କଷ୍ଟମ୍ସ ଏବଂ ପରୋକ୍ଷ କର)ର 76ତମ ବ୍ୟାଚର ଅଧିକାରୀ ପ୍ରଶିକ୍ଷୁମାନଙ୍କୁ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ
କର ସଂଗ୍ରହଣ ଦେଶ     ନିର୍ମାଣର ଆଧାରଶିଳା, ରାଜସ୍ୱ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ- ରାଷ୍ଟ୍ରପତି


ନୂଆଦିଲ୍ଲୀ, 25 ନଭେମ୍ବର (ହି.ସ.)- ଭାରତୀୟ

ରାଜସ୍ୱ ସେବା (କଷ୍ଟମ୍ସ ଏବଂ ପରୋକ୍ଷ କର)ର 76ତମ ବ୍ୟାଚର ଅଧିକାରୀ ପ୍ରଶିକ୍ଷୁମାନଙ୍କୁ

ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି । ଏହି

ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ କର ସଂଗ୍ରହ ରାଷ୍ଟ୍ର ନିର୍ମାଣର ଆଧାରଶିଳା ଅଟେ ଏବଂ ରାଜସ୍ୱ

ସେବା ଅଧିକାରୀମାନେ ଦେଶର ଆର୍ଥିକ ସୀମାର ସଜାଗ ପ୍ରହରୀ।

ରାଷ୍ଟ୍ରପତି

ଅଧିକାରୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ କରରୁ ମିଳୁଥିବା ରାଜସ୍ୱରୁ ଦେଶରେ ପ୍ରାଥମିକ

ଢାଞ୍ଚା,

ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ

ଯୋଜନାଗୁଡିକ ପରିଚାଳିତ ହୁଅନ୍ତି। ଏପରି ପରିସ୍ଥିତିରେ ଅଧିକାରୀମାନେ କେବଳ ପ୍ରଶାସନିକ ଭୂମିକା

ନୁହେଁ,

ବରଂ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାର ସକ୍ରିୟ ସହଭାଗୀ ହୁଅନ୍ତି। ସେ

ଜୋର ଦେଇ କହିଛନ୍ତି ଯେ କର ସଂଗ୍ରହ ପ୍ରକ୍ରିୟା କରଦାତାଙ୍କ ପାଇଁ ସହଜ ଏବଂ ସବୁଠାରୁ କମ୍

ଅସୁବିଧାଦାୟକ ହେବା ଉଚିତ।

ସେ କହିଛନ୍ତି ଯେ ରାଜସ୍ୱ

ସେବା ଅଧିକାରୀମାନଙ୍କୁ ପ୍ରଶାସକ, ତଦନ୍ତକାରୀ, ବ୍ୟାପାର ସୁଗମକର୍ତା ଏବଂ ଆଇନ ପ୍ରବର୍ତ୍ତନକର୍ତ୍ତା ଭାବେ ଅନେକ

ଦାୟିତ୍ୱ ନିଭାଇବାକୁ ପଡ଼େ। ସେ ତସ୍କରି, ଆର୍ଥିକ ଠକେଇ ଏବଂ ଅବୈଧ ବ୍ୟାପାର ବିରୋଧରେ ଦେଶକୁ ସୁରକ୍ଷା

କରୁଥିବାବେଳେ ବୈଧ ବ୍ୟାପାର ଏବଂ ବିଶ୍ୱ ଆର୍ଥିକ ସହଭାଗିତାକୁ ଉତ୍ସାହିତ କରନ୍ତି। ରାଷ୍ଟ୍ରପତି

କହିଛନ୍ତି ଯେ ସେମାନଙ୍କ ଭୂମିକାରେ ଆଇନ ପ୍ରବର୍ତ୍ତନ ଏବଂ ବ୍ୟାପାର ସୁଗମତାର ମଧ୍ୟରେ ସନ୍ତୁଳନ

ରଖିବା ଅତ୍ୟନ୍ତ ଜରୁରୀ।

ରାଷ୍ଟ୍ରପତି

ଅଧିକାରୀମାନଙ୍କୁ ପାରଦର୍ଶିତା, ଉତ୍ତରଦାୟୀ ଏବଂ ପ୍ରଯୁକ୍ତି-ଆଧାରିତ କାର୍ଯ୍ୟପ୍ରଣାଳୀ ଉନ୍ନତ କରିବାକୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଯେ ସତ୍ୟନିଷ୍ଠା ଏବଂ ନିରପେକ୍ଷତା ସେମାନଙ୍କ ବୃତ୍ତିଗତ ଆଚରଣର ଆଧାରଶିଳା ହେବା

ଉଚିତ। ଯୁବ ଅଧିକାରୀମାନଙ୍କ ପ୍ରତି ସେ ନବୋନ୍ମେଷ, ବିଶ୍ଳେଷଣାତ୍ମକ ଚିନ୍ତା ଏବଂ ପ୍ରଯୁକ୍ତିଗତ ଦକ୍ଷତାକୁ ଅଙ୍ଗୀକାର

କରିବାର ଆଶା ବ୍ୟକ୍ତ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande