
ଧର୍ମଶାଳା,୨୫ ନଭେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଥାନା ଅଂଚଳ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି । ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ବେଧଡକ ଭାବେ ଗୋଟିଏ ପରେ ଗୋଟିଏ ଲୁଟପାଟ ଚାଲିଛି । ଯାହାକି ଜନସାଧାରଣଙ୍କ ନିଦ ହଜି ଯାଇଛି । ସେପଟେ ଜିଲା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଧର୍ମଶାଳା ଥାନା ଅଂଚଳରେ ପୁଣି ଚୋରି । ତାହା ପୁଣି ଥାନାଠାରୁ ମାତ୍ର ୫ଶହ ମିଟର ଦୂରରେ । ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ନିତ୍ୟାନନ୍ଦ ସାହୁଙ୍କ ଘରେ ଦୃବୃତମାନେ କଳାକନା ବୁଲାଇଛନ୍ତି । ଘରୁ ନଦଗଦ ଯଙ୍କାର ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗ ମୁତାବକ, ବ୍ୟାଙ୍କ କର୍ମଚାରୀ ନିତ୍ୟାନନ୍ଦ ସାହୁ ଓ ତାଙ୍କ ଧର୍ମପତ୍ନୀ ଶାନ୍ତି ବଜାର କଲୋନୀରେ ରହୁଥିଲେ । ୬ ଦିନ ହେବ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଘରେ କେହି ନଥିବାର ସୁଯୋଗ ନେଇ ଦୃବୃତମାନେ ଘରେ କଳାକନା ବୁଲାଇଛନ୍ତି । ଆଲମିରାର ତାଲା ଭାଙ୍ଗି ଆଲମିରାରେ ଥିବା ସୁନା ଅଳଙ୍କାର ସହ ନଗଦ ଦେଢ ଲକ୍ଷ ଟଙ୍କା ଚୋରି ହୋଇଥିବା ନିତ୍ୟାନନ୍ଦଙ୍କ ଭାଇ ଧୀର କିଶୋର ସାହୁ କହିଛନ୍ତି । ନିତ୍ୟାନନ୍ଦ ଭୁବନେଶ୍ୱରରୁ ଆସି ଥାନାରେ ନଗଦ ୨ଲକ୍ଷ ୨୫ ହଜାର ଟଙ୍କା ସହ ୧୧ଭରି ସୁନା ଅଳଙ୍କାର ସହ ଏକ ଦାମୀ ଲ୍ୟାପଟପ୍ ଦୃବୃତମାନେ ନେଇ ଯାଇଥିବା ଏତଲାରେ ଦର୍ଶାଇଛନ୍ତି । ପୁଲିସ ସାଇଁଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପଂହଚି ତଦନ୍ତ ଚଳାଇ ଫେରି ଆସିଥିବା ଜଣାପଡିଛି । ତେବେ ଧର୍ମଶାଳା ଥାନା ଅଂଚଳରେ ବାରମ୍ବାର ଚୋରି ହେବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭିତ ହୋଇ ପଡିଛନ୍ତି । ତେବେ ଧର୍ମଶାଳାରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଆସୁଥିବା ଦୃବୃତଙ୍କୁ କାବୁ କରିବାରେ ବିଫଳ ହୋଇଛି । ଯାହାକି ପୁଲିସ ପାରିବା ପଣିଆ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ