ଉତ୍କଳ ମହିଳା ସମିତିର ନିଶାମୁକ୍ତ ଓଡିଶା ଦାବିରେ ପୁରୀ ଜିଲ୍ଲାପାଳ ଅଫିସ ଘେରାଉ
ପୁରୀ, ୨୫ ନଭେମ୍ବର (ହି.ସ.)- ଭାରତୀୟ ମହିଳାଙ୍କ ଜାତୀୟ ଫେଡେରେସନ ସହବନ୍ଧିତ ଉତ୍କଳ ମହିଳା ସମିତି ପକ୍ଷରୁ ନିଶାମୁକ୍ତ ଓଡିଶା ଦାବିରେ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ କଠୋରରୁ କଠୋର ଆଇନ ପ୍ରଣୟନ କରିବା, ସମସ୍
ଉତ୍କଳ ମହିଳା ସମିତିର ନିଶା ମୁକ୍ତ ଓଡିଶା ଦାବିରେ ପୁରୀ ଜିଲ୍ଲାପାଳ ଅଫିସ ଘେରାଉ


ପୁରୀ, ୨୫ ନଭେମ୍ବର (ହି.ସ.)- ଭାରତୀୟ ମହିଳାଙ୍କ ଜାତୀୟ ଫେଡେରେସନ ସହବନ୍ଧିତ ଉତ୍କଳ ମହିଳା ସମିତି ପକ୍ଷରୁ ନିଶାମୁକ୍ତ ଓଡିଶା ଦାବିରେ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ କଠୋରରୁ କଠୋର ଆଇନ ପ୍ରଣୟନ କରିବା, ସମସ୍ତ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଆଇନ ବ୍ୟବସ୍ଥା କରିବା, ପ୍ରତିଟି ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଭାଗ ସ୍ଥାନ ସଂରକ୍ଷଣ, କର୍ମ କ୍ଷେତ୍ରରେ ରାତ୍ରିକାଳୀନ ପାଳି କାମରେ ମହିଳା ନିଯୁକ୍ତିର ଯେଉଁ କଳା ଆଇନ କରାଯାଇଛି ତାହାକୁ ପ୍ରତ୍ୟାହାର କରିବା ପ୍ରଭୃତି ଦାବୀ କରି ପୁରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାମାନଙ୍କର ଏକ ଶୋଭାଯାତ୍ରା, ମୋଚିସାହି ଛକରୁ ବାହାରି ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ପ୍ରତିବାଦ ସଭାରେ ଉତ୍କଳ ମହିଳା ସମତିର ଜିଲ୍ଲା ସଭାନେତ୍ରୀ ବିଦୁଲତା ପୃଷ୍ଟି, ରାଜ୍ୟ ସାଧାରଣ ସମ୍ପାଦିକା ଜିନ୍ମୟୀ ସାହାଣି, ମାଗୁଣି ପ୍ରଧାନ, ସରୋଜିନୀ ଜେନା, ପ୍ରତିଭା ମହାପାତ୍ର, ସସ୍ମିତା ନାୟକ, ସଞ୍ଜୁଲତା ବେହେରା ପ୍ରମୁଖ ଅଭିଯୋଗ କରିଥିଲେ ଯେ, ଗତ ବିଧାନସଭା ଓ ସଂସଦ ନିର୍ବାଚନ ସମୟରେ ବିଜେପି ମହିଳାଙ୍କ ସାମାଜିକ ସୁରକ୍ଷା ପାଇଁ ଦେଇଥ‌ିବା ବହୁ ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଛି । ମହିଳା ସ୍ବାବଲମ୍ବୀ ପାଇଁ ଚାଲିଥିବା ସୁଭଦ୍ରା ଯୋଜନା ପ୍ରହସନରେ ପରିଣତ ହୋଇଛି । ରାଜ୍ୟରେ ଦିନକୁଦିନ ବଢି ଚାଲିଥ‌ିବା ନାରୀ ନିର୍ଯ୍ୟାତନା ରୋକିବାରେ ବିଫଳ ହୋଇଛନ୍ତି ସରକାର । ସାମାଜିକ ଅଶାନ୍ତି ଓ ପରିବାରଗୁଡିକ ଭାଙ୍ଗି ପଡିବା ପାଇଁ ମଦ ମୁଖ୍ୟ ଭୂମିକା ନେଉଥ‌ିବାରୁ ତୁରନ୍ତ ମଦମୁକ୍ତ ଓଡିଶା କରିବା ପାଇଁ ସରକାର ଦୃତ ପଦକ୍ଷେପ ନେବାକୁ ଦାବୀ କରିଥିଲେ । ମହିଳାମାନଙ୍କ ନିଶାମୁକ୍ତ ଓଡିଶା ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଥିଲେ | ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପୁରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା |

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande