ଆଜି ସଂବିଧାନ ସଦନରେ ଆୟୋଜିତ ହେବ ସମ୍ବିଧାନ ଦିବସ ସମାରୋହ
ନୂଆଦିଲ୍ଲୀ, 26 ନଭେମ୍ବର (ହି.ସ)- ଆଜି କେନ୍ଦ୍ର ସରକାର ସଂବିଧାନ ଦିବସ ଅବସରରେ ସଂବିଧାନ ସଦନର ସେଣ୍ଟ୍ରାଲ୍ ହଲ୍‌ରେ ଜାତୀୟ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଆୟୋଜନ କରିବେ। ସକାଳ 11ଟାରୁ ଆରମ୍ଭ ହେବାକୁଥିବା ଏହି କାର୍ଯ୍ୟକ୍ରମରେ ସଂବିଧାନିକ ମୂଲ୍ୟବୋଧ ଏବଂ ଗଣତାନ୍ତ୍ରିକ ପରମ୍ପରା
ଆଜି ସଂବିଧାନ ସଦନରେ ଆୟୋଜିତ     ହେବ ସମ୍ବିଧାନ ଦିବସ ସମାରୋହ


ନୂଆଦିଲ୍ଲୀ, 26 ନଭେମ୍ବର (ହି.ସ)- ଆଜି କେନ୍ଦ୍ର ସରକାର ସଂବିଧାନ ଦିବସ ଅବସରରେ ସଂବିଧାନ ସଦନର

ସେଣ୍ଟ୍ରାଲ୍ ହଲ୍‌ରେ ଜାତୀୟ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଆୟୋଜନ କରିବେ। ସକାଳ 11ଟାରୁ ଆରମ୍ଭ ହେବାକୁଥିବା ଏହି କାର୍ଯ୍ୟକ୍ରମରେ ସଂବିଧାନିକ ମୂଲ୍ୟବୋଧ ଏବଂ ଗଣତାନ୍ତ୍ରିକ

ପରମ୍ପରାକୁ ଦେଶ ଓ ବିଶ୍ୱ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଅନେକ କାର୍ଯ୍ୟକ୍ରମ ହେବ। ଏଥିରେ

ପଞ୍ଚାୟତରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବ୍ୟାପକ ଜନଭାଗୀଦାରି ସୁନିଶ୍ଚିତ କରାଯିବ।

ସଂସଦୀୟ କାର୍ଯ୍ୟ

ମନ୍ତ୍ରଣାଳୟ ଅନୁସାରେ, ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମର ଅଧ୍ୟକ୍ଷତା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରିବେ। ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଲୋକସଭା ଅଧ୍ୟକ୍ଷ, କେନ୍ଦ୍ରମନ୍ତ୍ରୀମାନେ ଏବଂ ସଂସଦର ଉଭୟ ସଦନର

ସଦସ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମର ଆରମ୍ଭ ଲୋକସଭା ଅଧ୍ୟକ୍ଷ ଏବଂ

ଉପରାଷ୍ଟ୍ରପତିଙ୍କ ସମ୍ବୋଧନରୁ ହେବ, ଯାହା ପରେ ରାଷ୍ଟ୍ରପତି

ମୁର୍ମୁ ଉଦ୍ବୋଧନ କରିବେ।

ସମାରୋହ ସମୟରେ ସଂବିଧାନ

ଦିବସ ଉପଲକ୍ଷେ ବିଧାୟୀ ବିଭାଗ ଦ୍ୱାରା ପ୍ରସ୍ତୁତ ସଂବିଧାନର ନଅଟି ଭାଷାର ଡିଜିଟାଲ୍ ସଂସ୍କରଣ— ମଲୟାଲମ, ମରାଠୀ, ନେପାଳୀ, ପଞ୍ଜାବୀ, ବୋଡୋ, କାଶ୍ମୀରୀ, ତେଲୁଗୁ, ଓଡିଆ ଏବଂ ଆସାମୀୟ — ଲୋକାର୍ପିତ

କରାଯିବ। ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ସ୍ମୃତିକା “ଭାରତ କୀ ସଂବିଧାନ ସେ କଳା ଔର କ୍ୟାଲିଗ୍ରାଫି” (ହିନ୍ଦୀ ସଂସ୍କରଣ)

ମଧ୍ୟ ଜାରି କରାଯିବ। କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ନେତୃତ୍ୱରେ ପ୍ରସ୍ତାବନାର ସମୂହ ପାଠ

ହେବ।

ସାରା ଦେଶରେ ସମସ୍ତ

ମନ୍ତ୍ରାଳୟ, ବିଭାଗ, ରାଜ୍ୟ ସରକାର, କେନ୍ଦ୍ରଶାସିତ ପ୍ରଦେଶ ଏବଂ ସ୍ଥାନୀୟ ନିକାୟମାନେ ସଂବିଧାନ ଦିବସ ଅବସରରେ ବିଭିନ୍ନ

କାର୍ଯ୍ୟକ୍ରମ ଆୟୋଜନ କରିବେ। ଏହାସହିତ “ହମାରା ସଂବିଧାନ, ହମାରା ସ୍ୱାଭିମାନ” ବିଷୟରେ ଜାତୀୟ ଅନଲାଇନ୍ କ୍ୱିଜ୍, ଡାଏରୀ ଲେଖନ ଓ ନିବନ୍ଧ ପ୍ରତିଯୋଗିତା, ସମ୍ମିଳନୀ, ସେମିନାର, ବାଦ-ବିବାଦ, ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପୋଷ୍ଟର, ପେଣ୍ଟିଂ ଏବଂ ରଙ୍ଗୋଲି ପ୍ରତିଯୋଗିତାମାନେ ମଧ୍ୟ ଆୟୋଜିତ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande