
ଭୋପାଳ 3 ନଭେମ୍ବର
(ହି.ସ)-ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱରଙ୍କ ନଗରୀ ଉଜ୍ଜୈନରେ ଆଜି
ରାତିହରି-ହର ମିଳନର ଅଦ୍ଭୁତ ଦୃଶ୍ୟ ଦେଖିବାକୁ
ମିଳିବ।ଏଠାରେ ବୈକୁଣ୍ଠ ଚତୁର୍ଦ୍ଦଶୀ ଅବସରରେ
ଭଗବାନ ମହାକାଳଙ୍କ ରୁପା ପାଲକି ଗୁଦରୀ ଚୌରାହା ଏବଂ ପଟନୀ ବଜାର ଦେଇ ଗୋପାଳ ମନ୍ଦିର ପହଁଞ୍ଚିବ,ଯେଉଁଠାରେ
ହରି (ଭଗବାନ ବିଷ୍ଣୁ )ଏବଂ ହର (ଭଗବାନ ଶିବ)ଙ୍କ ମିଳନର ପରମ୍ପରା ଅନୁଷ୍ଠିତ ହେବ।ବିଶ୍ୱାସ
କରାଯାଏ ଯେ ଏହି ଦିନ ମହାକାଳ ଭଗବାନ ସୃଷ୍ଟିର ଭାର ଶ୍ରୀହରିବିଷ୍ଣୁଙ୍କୁ ହସ୍ତାନ୍ତର କରନ୍ତି।ସ୍ୱତନ୍ତ୍ର
ପୁଜାର୍ଚ୍ଚନାସହିତ ହଜାର ହଜାର ଭକ୍ତ ଏହି
ଅନନ୍ୟ ସାକ୍ଷାତର ସାକ୍ଷୀ ହେବେ।ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି।ସମଗ୍ର ରାସ୍ତାରେ
ସିସିଟିଭି ,ବ୍ୟାରିକେଡିଙ୍ଗ ଏବଂ ଅଗ୍ନିଶମ ଗାଡି ନିୟୋଜିତ କରାଯାଇଛି।ସେଠାରେ ଉଜ୍ଜୈନ କଲେକ୍ଟର ରୋଶନ କୁମାର ସିଂହ ଆଦେଶ ଜାରି
କରିଭାରତୀୟ ନାଗରିକ ସୁରକ୍ଷା ସଂହିତା ,2023 ର
ଧାରା 163 (1)ଅନୁଯାୟୀ 3 ଏବଂ 4 ନଭେମ୍ବର ମଧ୍ୟ ରାତ୍ରିରେ ହେବାକୁ ଥିବା ହରିହର ମିଳନ (ବୈକୁଣ୍ଠ
ଚତୁର୍ଦ୍ଦଶୀ ସମାରୋହ) ସମୟରେ ଭଗବାନ ମହାକାଳେଶ୍ୱରଙ୍କ ଶୋଭାଯାତ୍ରା ସମୟରେ ଆତିଶବାଜୀ ଏବଂ
ହିଙ୍ଗୋଟ ରାକେର୍ଟ ର ବ୍ୟବହାର ହିଙ୍ଗୋଟ ରାକେର୍ଟ ର ନିର୍ମାଣ କରି ବିକ୍ରୟ ଏବଂ ରକ୍ଷଣାବେକ୍ଷଣ
ଉପରେ ସମ୍ପୁର୍ଣ୍ଣ ନିଷେଧ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା