ଚିତ୍ରକୁଟରେ ଭୟଙ୍କର ସଡକ ଦୁର୍ଘଟଣା ,ରୋଡୱେଜ ବସ ଏବଂ ବୋଲେରୋ ଧକ୍କା ,ଦୁଇ ଭାଇ ସମେତ ତିନିଜଣଙ୍କର ମୃତ୍ୟୁ,ପାଞ୍ଚ ଆହତ
ଚିତ୍ରକୁଟ 3 ନଭେମ୍ବର (ହି.ସ)- ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି।ଏହି ଦୁର୍ଘଟଣା ପରେ ବସ ଡ୍ରାଇଭର ଏବଂ କଣ୍ଡକ୍ଟର ଘଟଣାସ୍ଥଳରୁ ପଳାଇ ଯାଇଛନ୍ତି।ସମସ୍ତ ମୃତକ ବୋଲେରୋର ଯାତ୍ରୀ ଥିଲେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନା
ଚିତ୍ରକୁଟରେ ଭୟଙ୍କର ସଡକ ଦୁର୍ଘଟଣା ,ରୋଡୱେଜ ବସ ଏବଂ ବୋଲେରୋ ଧକ୍କା ,ଦୁଇ ଭାଇ ସମେତ ତିନିଜଣଙ୍କର ମୃତ୍ୟୁ,ପାଞ୍ଚ ଆହତ


ଚିତ୍ରକୁଟ 3 ନଭେମ୍ବର (ହି.ସ)-

ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି।ଏହି ଦୁର୍ଘଟଣା ପରେ ବସ

ଡ୍ରାଇଭର ଏବଂ କଣ୍ଡକ୍ଟର ଘଟଣାସ୍ଥଳରୁ ପଳାଇ ଯାଇଛନ୍ତି।ସମସ୍ତ ମୃତକ ବୋଲେରୋର ଯାତ୍ରୀ ଥିଲେ। ଉତ୍ତରପ୍ରଦେଶର

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରି ଆହତମାନଙ୍କ ଉପଯୁକ୍ତ ଚିକିତ୍ସା

ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ମିଳିଥିବା ସୁଚନା ଅନୁଯାୟୀ ଝାନ୍ସୀ-

ମିର୍ଜାପୁରଜାତୀୟ ରାଜପଥରେ ଦ୍ରୁତ ଗତି ବୋଲେରୋ

ଏବଂ ବାନ୍ଦା ଡିପୋରୋଡୱେଜ ବସ ସାମ୍ନାସାମ୍ନି

ଧକ୍କା ହୋଇଛି।ଦୁର୍ଘଟଣାରେ ବୋଲେରୋରେ ଯାତ୍ରା କରୁଥିବା ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ

ସ୍ୱାମୀ ସ୍ତ୍ରୀ ସମେତ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି।ମୃତକଙ୍କ ମଧ୍ୟରେ ଦୁଇଜଣ ପ୍ରକୃତ ଭାଇ

ଅଛନ୍ତି।ଦୁର୍ଘଟଣାର ମୁଖ୍ୟକାରଣ ବୋଲେରୋ ଭୁଲ

ସାଇଡରେଆସିବା କୁହାଯାଉଛି।ଦୁର୍ଘଟଣା ରବିବାର

ରାତି ପ୍ରାୟ ସାଢେ ନଅଟା ସମୟରେ କର୍ବୀ କୋତବାଲି ଅଞ୍ଚଳର ଖୋହରେ ପେଟ୍ରୋଲ ପମ୍ପ ନିକଟରେ

ହୋଇଥିଲା।ଦୁର୍ଘଟଣା ପରେ ବସ ଛାଡି ଡ୍ରାଇଭର ଏବଂ କଣ୍ଡକ୍ଟର ଛାଡି ପଳାଇ ଯାଇଥିଲେ।ଏସପି ଅରୁଣ

କୁମାର ସିଂହ ,ସିଓ ଅରବିନ୍ଦ କୁମାର ଏବଂ କୋତୱାଲ ଶ୍ୟାମ ପ୍ରତାପ ସିଂହ ଫୋର୍ସଙ୍କ ସହିତ

ଘଟଣାସ୍ଥଳରେ ପହଁଞ୍ଚିଥିଲେ।ସମସ୍ତ ଆହତଙ୍କୁ ଜିଲ୍ଲା ହସ୍ପିଟାଲ ପଠାଯାଇଛି ଏବଂ ରାଜପଥରେ ବାଧାପ୍ରାପ୍ତ

ଯାତାୟତ ସୁଚାରୁରୁପେ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande