
ଭୁବନେଶ୍ୱର, 06 ନଭେମ୍ବର (ହି.ସ.) - ନୂଆପଡା ବିଧାନସଭା ଉପନିର୍ବାଚନ ରେ ଦିନକୁ ଦିନ ରାଜନୈତିକ ବାତାବରଣ ରେ ଉଷ୍ମତା ବଢ଼ି ବଢ଼ି ଚାଲିଲା । ବିଜେପି ନେତା ମନ୍ତ୍ରୀ ବିଧାୟକ ରାଜ୍ୟ ଓ ସ୍ଥାନୀୟ ନେତୃମଣ୍ଡଳୀ ପ୍ରଚାର ମଙ୍ଗ ଧରିଛନ୍ତି ।ଆଜି ନିର୍ବାଚନୀ ପ୍ରଚାର ପାଇଁ ନୂଆପଡା ଆସୁଛନ୍ତି ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପଡୋଶୀ ରାଜ୍ୟ ଛତିଶଗଡ଼ ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ।
ସୁଚନା ମୁତାବକ ଆଜି ପୂର୍ବାହ୍ନ ୧୧ ଟା ସମୟରେ ଛତିଶଗଡ ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେବ ସାଏ ନୂଆପଡା ବ୍ଲକ ଅଧିନସ୍ଥ କୁଟବନବେରା ପଞ୍ଚାୟତ ଅନ୍ତର୍ଗତ ପଞ୍ଚମପୁର ଠାରେ ଏକ ବିଶାଳ ଜନ ସମାବେଶ ରେ ଯୋଗ ଦେଇ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।
ସେହି ପରି ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୋମନା ବ୍ଲକ ଅନ୍ତର୍ଗତ ଉଦ୍ୟାନବନ ଠାରେ ପହଞ୍ଚି କୋମନା ଯିବେ । କୋମନା ବ୍ଲକ ମୁଖ୍ୟାଳୟ ଠାରେ ଏକ ବିଶାଳ ରୋଡ଼ ସୋ କରିବା ପରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ