ଫୁଲବାଣୀରେ ରାଷ୍ଟ୍ରୀୟ ସଙ୍ଗୀତ “ବନ୍ଦେ ମାତରମ ’’ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ
150 year completed of Rastriya Sanger Vande Mataram
ଫୁଲବାଣୀରେ ରାଷ୍ଟ୍ରୀୟ ସଙ୍ଗୀତ “ବନ୍ଦେ ମାତରମ ’’ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ


କନ୍ଧମାଳ, ୭ ନଭେମ୍ବର (ହି.ସ.)- ଶ୍ରୀ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଲିଖିତ ଓ ଭାରତର ରାଷ୍ଟ୍ରୀୟ ସଙ୍ଗୀତ “ବନ୍ଦେ ମାତରମ ’’ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ କେନ୍ଦ୍ର ସରକାରଙ୍କର ନିଷ୍ପତି ଅନୁଯାୟୀ ବର୍ଷ ବ୍ୟାପୀ ସାରା ଦେଶ ତଥା ଆମ ରାଜ୍ୟରେ ଶ୍ରଦ୍ଧାର ସହିତ ପାଳନ କରିବା ନିମନ୍ତେ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ, ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, କନ୍ଧମାଳ ବେଦଭୂଷଣ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ କୁଶଳ ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, କନ୍ଧମାଳ ଶମ୍ଭୁନାଥ ନନ୍ଦୀ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା, କନ୍ଧମାଳ ପ୍ରବୀଣ କୁମାର ବାଣୁଆ, ଉପ-ଜିଲ୍ଲାପାଳ, ଫୁଲବାଣୀ ଭିକାରୀ ସାହୁ ଓ ଅଧ୍ୟକ୍ଷ, ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ, ଫୁଲବାଣୀ ମଧୁପ ସୁନା ଯୋଗଦେଇଥିଲେ । ଭାରତର ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ ଗାନ କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ସିଧା ପ୍ରସାରଣ ପ୍ରଦର୍ଶନ କରାଯାଇଥିଲା ।

ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ -ତଥା-ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଦାଧର ପାତ୍ର ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande