ବାଇକ ରାଲି ଓ ଜନ ସମ୍ପର୍କ ପଦଯାତ୍ରା
ଭଦ୍ରକ, ୭ ନଭେମ୍ବର (ହି.ସ.) - ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରାପୁର ବଜାର ଠାରୁ ଗଡସଙ୍ଗ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି ଓ ଜନ ସମ୍ପର୍କ ପଦଯାତ୍ରା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସିମୁଳିଆ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଉତ୍ସାହ, ଉଦ୍ଦୀପନା ଓ ନିଷ୍ଠାର ସ
BIKE RALLY & JANA SAMPARK PADAYATRA


ଭଦ୍ରକ, ୭ ନଭେମ୍ବର (ହି.ସ.) - ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରାପୁର ବଜାର ଠାରୁ ଗଡସଙ୍ଗ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି ଓ ଜନ ସମ୍ପର୍କ ପଦଯାତ୍ରା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସିମୁଳିଆ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଉତ୍ସାହ, ଉଦ୍ଦୀପନା ଓ ନିଷ୍ଠାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ଭଳି ପ୍ରେରଣାଦାୟକ ନେତା। ଏଥିରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ନିଜ ଉଦବୋଧନରେ ଦଳୀୟ କର୍ମୀମାନଙ୍କୁ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ପରାମର୍ଶ ଦେଇ, ନବୀନ ବାବୁଙ୍କ ନେତୃତ୍ୱରେ ହୋଇଥିବା ଜନ କଲ୍ୟାଣକାରୀ ଯୋଜନାଗୁଡିକ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବହୁ ଜିଲ୍ଲା ପରିଷଦ ସଭ୍ୟ, ସରପଓଠ, ସମିତି ସଭ୍ୟ, ମହିଳା ନେତ୍ରୀ, ଯୁବ-ଛାତ୍ର କାର୍ଯ୍ୟକୠର୍ା ଙ୍କ ସହିତ ହଜାର ହଜାର ଦଳୀୟ ସମର୍ଥକମାନେ ଉତ୍ସାହର ସହିତ ଯୋଗଦେଇଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande