
ନୂଆପଡ଼ା /ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ନୁଆପଡ଼ା ବିଧାନସଭା ଉପନିର୍ବାଚନ ରେ ବିଜେପି ର ନିର୍ବାଚନୀ ପ୍ରଚାର ଯେତିକି ବୃଦ୍ଧି ପାଇବାରେ ଲାଗିଛି ଦଳରେ ନୂତନ ସଦସ୍ୟ ଙ୍କ ଯୋଗଦାନ ମଧ୍ୟ ବଢ଼ି ବଢ଼ି ଚାଲିଛି । ଏହି ଅବସରରେ ଆଜି ବିଜେପି ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋମନା ବ୍ଲକ ଜଡାମୁଣ୍ଡା ପଞ୍ଚାୟତ ଅଧିନସ୍ଥ କୁମଟିମୁଣ୍ଡା ଗାଁର ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ଲୋକ ବିଜେପିରେ ସାମିଲ ହୋଇଛନ୍ତି । ସବିର ଅଲି, ଜାକିର ମହମ୍ମଦ, ଫକିର ମହମ୍ମଦ, ଫରିଦା ଖାଁ ଙ୍କ ନେତୃତ୍ୱରେ ବହୁ ମହିଳା ଓ ପୁରୁଷ ଦଳ ରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟ ସଦସ୍ୟା ଙ୍କୁ ଉତରୀୟ ଓ ଟୋପି ଦେଇ ଦଳ ରେ ସ୍ୱାଗତ କରିଥିଲେ ।
ରାଜ୍ୟ ସଭାପତି ଶ୍ରୀ ସାମଲ, ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟ ସଦସ୍ୟା ଙ୍କ ଉଦ୍ଦେଶ୍ୟ ରେ ଦେଇଥିବା ନିଜ ଅଭିଭାଷଣ ରେ ବିଜେପି ସରକାର ର ମୂଳମନ୍ତ୍ର ସବ୍ କା ସାଥ, ସବ୍ କା ବିଶ୍ୱାସ, ସବ୍ କା ପ୍ରୟାସ ଚରିତାର୍ଥ ହୋଇଛି । ଦବଲ୍ ଇଞ୍ଜିନ ସରକାର ର ସମସ୍ତ ଜନକଲ୍ୟାଣକାରି ଯୋଜନା ର ଲାଭ ସମାଜ ର ସବୁ ବର୍ଗ ର ଲୋକେ ପାଉଛନ୍ତି । ଆପଣ ମାନେ ବିଜେପି ର ଡବଲ ଇଞ୍ଜିନ ସରକାର ର ଡବଲ ଗତି ର ବିକାଶ କୁ ସମସ୍ତ ଙ୍କ ପାଖରେ ପହଞ୍ଚାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ପରିଷଦ ସଦସ୍ୟ ସଞ୍ଜୀବ ଜେନାଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦ ସାମିଲ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା