ବିଏମସି ପକ୍ଷରୁ ବନ୍ଦେ ମାତରମ୍ ର ୧୫୦ତମ ବର୍ଷ ପୂର୍ତି ପାଳିତ
ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ‘ବନ୍ଦେ ମାତରମ୍‌’ର ୧୫୦ତମ ବର୍ଷ ପୂର୍ତି ପାଳିତ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମଠାରେ ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ‘ବନ୍ଦେ ମାତାରମ୍‌’ର ୧୫୦ ତମ ବର୍ଷ ପୂର୍ତି ପାଳନ ଉଦଘାଟନୀ କାର୍ଯ୍ୟକ୍ରମର ସ
ବିଏମସି ପକ୍ଷରୁ ବନ୍ଦେ ମାତରମ୍ ର ୧୫୦ତମ ବର୍ଷ ପୂର୍ତି ପାଳିତ


ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ‘ବନ୍ଦେ ମାତରମ୍‌’ର ୧୫୦ତମ ବର୍ଷ ପୂର୍ତି ପାଳିତ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମଠାରେ ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ‘ବନ୍ଦେ ମାତାରମ୍‌’ର ୧୫୦ ତମ ବର୍ଷ ପୂର୍ତି ପାଳନ ଉଦଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପ୍ରଦର୍ଶନ କରାଯାଇଥିଲା । ଏହି ଉପଲକ୍ଷେ ବିଏମ୍ ସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ସହ ଡେପୁଟି ମେୟର, କମିଶନର, ଅତିରିକ୍ତ କମିଶନର, ସିଟି ଇଂଜିନିୟର, ମୁଖ୍ୟ ବିତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ବିଏମ୍ ସିର ସମସ୍ତ ଅଧିକାରୀ ଓ କର୍ମଚାରୀ ସାମୂହିକ ଭାବେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତାରମ୍‌’ ଗାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande