ବନ୍ଦେ ମାତରମ୍ ଗୀତ ଆମକୁ 'ଏକ ଭାରତ, ଶ୍ରେଷ୍ଠ ଭାରତ' ଲକ୍ଷ୍ୟ ଆଡ଼କୁ ପ୍ରେରଣା ଦିଏ: ଗଜେନ୍ଦ୍ର ଶେଖାୱତ
ନୂଆଦିଲ୍ଲୀ 7ନଭେମ୍ବର (ହି.ସ)- ବନ୍ଦେ ମାତରମ୍ ଗୀତର 150ତମ ବାର୍ଷିକୀ ପାଳନ ହେବା ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, ବନ୍ଦେ ମାତରମ୍ ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବ୍ୟାପୀ ଆନ୍ଦୋଳନ
ବନ୍ଦେ ମାତରମ୍ ଗୀତ ଆମକୁ 'ଏକ ଭାରତ, ଶ୍ରେଷ୍ଠ ଭାରତ' ଲକ୍ଷ୍ୟ ଆଡ଼କୁ ପ୍ରେରଣା ଦିଏ: ଗଜେନ୍ଦ୍ର ଶେଖାୱତ


ନୂଆଦିଲ୍ଲୀ 7ନଭେମ୍ବର (ହି.ସ)- ବନ୍ଦେ ମାତରମ୍ ଗୀତର 150ତମ ବାର୍ଷିକୀ ପାଳନ

ହେବା ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ

ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, ବନ୍ଦେ ମାତରମ୍

ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବ୍ୟାପୀ ଆନ୍ଦୋଳନ ଏକୀକରଣ ଶକ୍ତି ଭାବରେ କାର୍ଯ୍ୟ କରିଥିଲା। ସେହିପରିଆଜି ମଧ୍ୟ ଏହି ଗୀତ

ସମାନ ଭାବରେ ପ୍ରାସଙ୍ଗିକ। ଏହା ଏକ ବିକଶିତ ଭାରତ ପାଇଁ ଏକ ଜନ ଆନ୍ଦୋଳନର ମନ୍ତ୍ର ହୋଇପାରେ, ଭାରତକୁ ଏକସୁତ୍ରରେ

ବାନ୍ଧି 140 କୋଟି ଦେଶବାସୀଙ୍କ ଶକ୍ତିକୁ

ସଞ୍ଚିତ କରିପାରେ। ଏହା ଆମକୁ 'ଏକ ଭାରତ, ଶ୍ରେଷ୍ଠ ଭାରତ' ଲକ୍ଷ୍ୟ ଆଡ଼କୁ ପ୍ରେରଣା ଦିଏ। ଇନ୍ଦିରା ଗାନ୍ଧୀ ଇଣ୍ଡୋର

ଷ୍ଟାଡିୟମରେ ଆୟୋଜିତ ଏକ ସମାରୋହରେ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି ଯେ ଏହି ସ୍ମୃତିଚାରଣ

ବର୍ଷ ସାରା ଚାରୋଟି ପର୍ଯ୍ୟାୟରେ ଆୟୋଜିତ ହେବ, ଯାହା ମଧ୍ୟରୁ

ପ୍ରଥମଟି ଏବେ ଚାଲିଛି। ପ୍ରଥମ ପର୍ଯ୍ୟାୟ ଅଧୀନରେ, 7 ରୁ 14 ନଭେମ୍ବର

ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେତେବେଳେ

ଦେଶବ୍ୟାପୀ ଲୋକମାନେ ଏହି ଗୌରବମୟ ଗୀତ ଗାଇ ଯୋଗଦାନ ଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande