
କେନ୍ଦୁଝର, ୭ ନଭେମ୍ବର (ହି.ସ.)- ରାଷ୍ଟ୍ର ଗୀତ “ ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତି ଉପଲକ୍ଷେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହାକୁ ଅତି ଗର୍ବର ସହ ଉତ୍ସବ ରୂପେ ପାଳନ କରାଯାଇଛି। ବନ୍ଦେ ମାତରମ୍ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଓ ରାଷ୍ଟ୍ରପ୍ରତି ସମର୍ପଣ ଭାବର ପ୍ରତୀକ। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ବାରା ରଚିତ ଏବଂ ତାଙ୍କ ଉପନ୍ୟାସ ଆନନ୍ଦମଠରେ ଅମର ହୋଇଯାଇଥିବା, ବନ୍ଦେ ମାତରମ୍ ଭାରତର ସ୍ବାଧୀନତା ସଂଗ୍ରାମର ଭାବନାକୁ ଜାଗ୍ରତ କରିଥିଲା। ସେହିପରି କୁନି କୁନି ଛାତ୍ରଛାତ୍ରୀଙ୍କୁ ଆମ ଦେଶର ସ୍ବାଧୀନତା ସଂଗ୍ରାମ ବିଷୟରେ ଅବଗତ କରାଇବାକୁ ଆଉ ତାଙ୍କ ମନରେ ଦେଶ ପ୍ରେମ ଭାବନା ବୃଦ୍ଧି ପାଇଁ କେନ୍ଦୁଝରଗଡ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡ ଠାରେ ବନ୍ଦେ ମାତରମ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସାମୁହିକ ବନ୍ଦେ ମାତରମ୍ ଗାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଗୁରୁଜୀଗୁରୁମା ଉପସ୍ଥିତ ରହି ରାଷ୍ଟ୍ର ଗୀତ “ବନ୍ଦେ ମାତରମ୍” ଗାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA