ଗୁଡ଼ଭେଲା ବ୍ଲକ୍‌ରେ ଏକ ଦିବସୀୟ ବ୍ଲକ୍ ସ୍ତରୀୟ ଶିକ୍ଷକ ତାଲିମ ଶିବିର ସଫଳ ଭାବେ ସମାପ୍ତ
ବଲାଙ୍ଗିର, 7 ନଭେମ୍ବର (ହି.ସ.) ବଲାଙ୍ଗୀର ଜିଲ୍ଲାର ଗୁଡ଼ଭେଲା ବ୍ଲକ୍‌ରେ ରୋଡ ଟୁ ସ୍କୁଲ ପ୍ରୋଗ୍ରାମ ତରଫରୁ ଆୟୋଜିତ “ସମାଲୋଚନାତ୍ମକ ଚିନ୍ତନ ଏବଂ ସୃଜନଶୀଳ ଚିନ୍ତନ” ବିଷୟକ ଏକ ଦିବସୀୟ ବ୍ଲକ୍ ସ୍ତରୀୟ ଶିକ୍ଷକ ତାଲିମ ଶିବିର ଶୁଭ ସମାପନ ହୋଇଛି। ଏହି କାର୍ଯ୍ୟକ୍ରମ ରେ ଶୁଭ ଦୀପ ପ୍ରଜ୍ଜ୍ୱଳନ ପୂର୍ବ
ଗୁଡ଼ଭେଲା ବ୍ଲକ୍‌ରେ ଏକ ଦିବସୀୟ ବ୍ଲକ୍ ସ୍ତରୀୟ ଶିକ୍ଷକ ତାଲିମ ଶିବିର ସଫଳ ଭାବେ ସମାପ୍ତ


ଗୁଡ଼ଭେଲା ବ୍ଲକ୍‌ରେ ଏକ ଦିବସୀୟ ବ୍ଲକ୍ ସ୍ତରୀୟ ଶିକ୍ଷକ ତାଲିମ ଶିବିର ସଫଳ ଭାବେ ସମାପ୍ତ


ଗୁଡ଼ଭେଲା ବ୍ଲକ୍‌ରେ ଏକ ଦିବସୀୟ ବ୍ଲକ୍ ସ୍ତରୀୟ ଶିକ୍ଷକ ତାଲିମ ଶିବିର ସଫଳ ଭାବେ ସମାପ୍ତ


ଗୁଡ଼ଭେଲା ବ୍ଲକ୍‌ରେ ଏକ ଦିବସୀୟ ବ୍ଲକ୍ ସ୍ତରୀୟ ଶିକ୍ଷକ ତାଲିମ ଶିବିର ସଫଳ ଭାବେ ସମାପ୍ତ


ବଲାଙ୍ଗିର, 7 ନଭେମ୍ବର (ହି.ସ.) ବଲାଙ୍ଗୀର ଜିଲ୍ଲାର ଗୁଡ଼ଭେଲା ବ୍ଲକ୍‌ରେ ରୋଡ ଟୁ ସ୍କୁଲ ପ୍ରୋଗ୍ରାମ ତରଫରୁ ଆୟୋଜିତ “ସମାଲୋଚନାତ୍ମକ ଚିନ୍ତନ ଏବଂ ସୃଜନଶୀଳ ଚିନ୍ତନ” ବିଷୟକ ଏକ ଦିବସୀୟ ବ୍ଲକ୍ ସ୍ତରୀୟ ଶିକ୍ଷକ ତାଲିମ ଶିବିର ଶୁଭ ସମାପନ ହୋଇଛି। ଏହି କାର୍ଯ୍ୟକ୍ରମ ରେ ଶୁଭ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଘୁନା କ୍ଲଷ୍ଟର ସି.ଆର.ସି.ସି ଶ୍ରୀ ଟଙ୍କଧର ସା ଉଦଘାଟନ କରିଥିବା ବେଳେ,ରୁଷୁଡ଼ା କ୍ଲଷ୍ଟର ସି.ଆର.ସି.ସି ଶ୍ରୀ କାର୍ତ୍ତିକ ହରପାଲ୍ ଉପସ୍ଥିତ ଥିଲେ । ଗୁଡ଼ଭେଲା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଏଫ୍ ଏଲ୍ ଏନ୍ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ତାଲିମରେ ଯୋଗ ଦେଇଥିଲେ। ତାଲିମରେ ଏଲ୍.ଏଲ୍.ଏଫ୍. (LLF) ର ଏକାଡେମିକ ଟ୍ରେନର ଶ୍ରୀ ରାଧାକାନ୍ତ ମେହେର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଏହି ତାଲିମ୍ ଶିବିର ରେ ଯୋଗଦେଇ ନୂତନ ଶିକ୍ଷାନୀତି ଅନୁଯାୟୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ 21st century skills ର ଶ୍ରେଣୀ ଗୃହରେ ବ୍ୟବହାର ଉପରେ ବିଭିନ୍ନ କୌଶଳ ବିଷୟରେ ଅବଗତ ହେଲେ।

କାର୍ଯ୍ୟକ୍ରମଟିକୁ ବ୍ଲକ୍ ମ୍ୟାନେଜର ଶ୍ରୀ ତାରପଦ ପ୍ରଧାନ ପରିଚାଳନା କରିଥିଲେ। ତାଲିମ ସଫଳ କରାଇବାରେ ବ୍ଲକ କୋଡିନେଟର ରାଧାକାନ୍ତ ନନ୍ଦ,ନିହାରିକା ପଣ୍ଡା, ଆର୍.ପି. ଅବିନାଶ ଶାମଲ, ଜଗଜୀବନ ସାହୁ,ପ୍ରଶାନ୍ତ କୁମାର ମେହେର, ଚନ୍ଦନ କୁମାର ସାହୁ, ଯଶୋବନ୍ତ ରଣା,ପୂର୍ଣ୍ଣିମା ପଧାନ, ଅନିଶା ସାହୁ ଓ ବୈଶାଳୀ ପାଣିଗ୍ରାହୀ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହା ସହିତ ମହତ୍ତ୍ୱପୂର୍ଣ୍ଣ ସହଯୋଗ କରିଥିଲେ।

ଶ୍ରୀ ରାଧାକାନ୍ତ ମେହେର ତାଙ୍କ ସମାପନୀ ଉଦ୍ବୋଧନାରେ କହିଥିଲେ ଯେ, ଏହି ପ୍ରଶିକ୍ଷଣ ମାଧ୍ୟମରେ ଶିକ୍ଷକମାନେ ନିଜ ବିଦ୍ୟାଳୟରେ ଶିଶୁମାନଙ୍କର ସମାଲୋଚନାତ୍ମକ ଏବଂ ସୃଜନଶୀଳ ଚିନ୍ତନକୁ ଉନ୍ନତ କରି ଶିକ୍ଷା ଗୁଣବତ୍ତା କୁ ବୃଦ୍ଧି କରିପାରିବେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande