ପ୍ରଥମେ ସ୍କୁଲର ଭିତିଭୂମି ସଜାଡ ପରେ ୟୁଏଏସ୍ ଲାଗୁ କର, ୟୁଏଏସ ସ୍ଥଗିତ ପାଇଁ ବ୍ଲକ ଶିକ୍ଷକ ସଙ୍ଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର ପ୍ରଦାନ
ଜୟପୁର, 7 ନଭେମ୍ବର (ହି.ସ.)ପ୍ରଥମେ ବିଦ୍ୟାଳୟ ଗୁଡିକର ଭିତିଭୂମି ସଜାଡ, ପରେ ୟୁଏଏସ୍ ଲାଗୁ କର ଏଭଳି କିଛି ଦାବୀ ନେଇ ସ୍ଥାନୀୟ ଗୋଷ୍ଟି ଶିକ୍ଷା ଅଧିକରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ବୈପାରିଗୁଡା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେନ୍ଦ୍ର ଖରାଙ୍କ ନେତତୃତ୍ୱରେ ଗୋଷ୍ଟି
- ପ୍ରଥମେ ସ୍କୁଲର  ଭିତିଭୂମି ସଜାଡ ପରେ ୟୁଏଏସ୍ ଲାଗୁ କର,  ୟୁଏଏସ ସ୍ଥଗିତ ପାଇଁ ବ୍ଲକ ଶିକ୍ଷାକ ସଙ୍ଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର ପ୍ରଦାନ


ଜୟପୁର, 7 ନଭେମ୍ବର (ହି.ସ.)ପ୍ରଥମେ ବିଦ୍ୟାଳୟ ଗୁଡିକର ଭିତିଭୂମି ସଜାଡ, ପରେ ୟୁଏଏସ୍ ଲାଗୁ କର ଏଭଳି କିଛି ଦାବୀ ନେଇ ସ୍ଥାନୀୟ ଗୋଷ୍ଟି ଶିକ୍ଷା ଅଧିକରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ବୈପାରିଗୁଡା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେନ୍ଦ୍ର ଖରାଙ୍କ ନେତତୃତ୍ୱରେ ଗୋଷ୍ଟି ଶିକ୍ଷା ଅଧିକାରଙ୍କ କର୍ଯ୍ୟାଳୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି l ୟୁନିଫାଇଡ୍ ଅଟୋ ମେସିନ୍ ସିଷ୍ଟମ (ୟୁଏଏସ୍) କୁ ବିରୋଧ କରିଛି ଶିକ୍ଷକ ସଙ୍ଘ l ଯେଉଁଥିରେ ପ୍ରଥମେ ଏନରୋଡ୍ ମୋବାଇଲର ଆବଶ୍ୟକ ଏବଂ ସେ ଶିକ୍ଷକ ଯେଉଁ ଠାରେ ଶିକ୍ଷାଦାନ କରୁଛନ୍ତି ସେଠାରେ ନେଟୱର୍କର ଆବଶ୍ୟକ ରହିଥାଏ। ବୈପାରିଗୁଡା ବ୍ଳକର ବିଭିନ୍ନ ପଞ୍ଚାୟତ ତଥା ବିଭିନ୍ନ ଅଞ୍ଚଳରେ ନେଟୱର୍କ ନାହିଁ, ଶିକ୍ଷାଦାନ ପାଇଁ ଶିକ୍ଷକ ଓ ଶ୍ରେଣୀଗୃହର ଆବଶ୍ୟକତା ରହିଛି, କାର୍ଯ୍ୟରତ ଶିକ୍ଷକ ମାନେ ଅନେକ ଅଣ ଶିକ୍ଷାଦାନ ତଥା ସମସ୍ତ କାର୍ଯ୍ୟକୁ ଅନଲାଇନ ମାଧ୍ୟମରେ କରନ୍ତି। ରାଜ୍ୟରେ ଷାଠିଏ ଭାଗ ବିଦ୍ୟାଳୟ ଦୁଇଜଣ ଶିକ୍ଷକରେ ପରିଚାଳିତ ହେଉଛି। ତେଣୁ ବୋଝ ଉପରେ ନଳିତା ବିଡା ଭଳି ୟୁନିଫାଇଡ ଅଟୋ ମେସିନ ସିଷ୍ଟମ୍ (ୟୁଏସ୍) ଲାଗୁ କରିବାକୁ ବାଧ୍ୟ କରାଯାଉଛି। ଉପଯୁକ୍ତ ଭିତ୍ତିଭୂମି ଯଥା ଲେପଟପ, ନେଟପେକ,ସିମକାର୍ଡ ଏବଂ ଆବଶ୍ୟକ ଶିକ୍ଷକ ନଦେବା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ନକରିବାକୁ ଫେଡେରେସନ ପକ୍ଷରୁ ଦୀର୍ଘ ଦିନରୁ ଦାବି କରିଆସୁଅଛି। ଏଣୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମୂହ ସ୍ବାର୍ଥ ଦୃଷ୍ଟିରୁ ସଂଘ ଦାବି କରିଛି ଯେପର୍ଯ୍ୟନ୍ତ ଉପଯୁକ୍ତ ଭିତ୍ତିଭୂମି ସଜଡ଼ା ନହୁଏ ସେପର୍ଯ୍ୟନ୍ତ ୟୁଏଏସ କାର୍ଯ୍ୟକାରୀତାକୁ ସ୍ଥଗିତ ରଖିବାକୁ ସଙ୍ଘର ସମସ୍ତ କର୍ମକର୍ତ୍ତାଙ୍କ ସମତ ରାଜ୍ୟ ସଙ୍ଘଟନ ସଂପାଦକ ତ୍ରିନାଥ ହରିଜନ ଶିକ୍ଷକ ସଂଘ ତରଫରୁ ପ୍ରତିକ୍ରିୟା ରଖିଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande