୧୫ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ଗିରଫ
ଖୋର୍ଦ୍ଧା, 7 ନଭେମ୍ବର (ହି.ସ.)ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଗତକାଲି ଅପରାହ୍‌ଣରେ ବାଟମଙ୍ଗଳା ରାସ୍ତା ହାଟ ପୋଖରୀ ନିକଟରେ ଚଢ଼ଉ କରି ୧୫୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ , ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ମୁକୁନ୍ଦପ୍ରସାଦ ପୋଡ଼ାସାହିର ସୁରେଶ ବେ
ବ୍ରାଉନସୁଗାର


ଖୋର୍ଦ୍ଧା, 7 ନଭେମ୍ବର (ହି.ସ.)ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଗତକାଲି ଅପରାହ୍‌ଣରେ ବାଟମଙ୍ଗଳା ରାସ୍ତା ହାଟ ପୋଖରୀ ନିକଟରେ ଚଢ଼ଉ କରି ୧୫୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ , ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ମୁକୁନ୍ଦପ୍ରସାଦ ପୋଡ଼ାସାହିର ସୁରେଶ ବେହେରା(୨୩), ଭାଲିଆବାଡ଼ି ହାତିଆସୁଣିର ରିତେଶ ପଟ୍ଟନାୟକ(୨୩), ସାମନ୍ତରାପୁରର ଆର୍ତ୍ତତ୍ରାଣ ବେହେରା(୨୫)। ତେବେ ସେମାନଙ୍କଠାରୁ ଦୁଇଟି ଦୁଇ ଚକିଆ ଗାଡ଼ି, ତିନୋଟି ମୋବାଇଲ୍‌ ଓ ନଗଦ ୩୪ହଜାର ଟଙ୍କା ଜବତ ହୋଇଛି।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୫ଲକ୍ଷ ଟଙ୍କା ହେବ ବୋଲି ଖୋର୍ଦ୍ଧା ଆଦର୍ଶ ଥାନାରେ ଶୁକ୍ରବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍‌ଡିପିଓ ନିହାର ରଞ୍ଜନ ପ୍ରଧାନ, ଖୋର୍ଦ୍ଧା ଟାଉନ ଥାନା ଅଧିକାରୀ ସଞ୍ଜୟ ନାୟକ ସୂଚନା ଦେଇଛନ୍ତି। ପୋଲିସ ସୂଚନା ମୁତାବକ , ଅଭିଯୁକ୍ତମାନେ ବେପାର କରିବା ଉଦ୍ଦେଶ୍ୟରେ ୧୫୦ଗ୍ରାମ ବ୍ରାଉନସୁଗାର ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande