ଚାନ୍ଦବାଲି ମହାବିଦ୍ୟାଳୟରେ ବନ୍ଦେ ମାତରଂର ୧୫୦ବର୍ଷ ପୂର୍ତୀ ଉତ୍ସବ
ଭଦ୍ରକ, ୭ ନଭେମ୍ବର (ହି.ସ.) - ଚାନ୍ଦବାଲି ମହାବିଦ୍ୟାଳୟ ରେ ବନ୍ଦେ ମାତରଂ ର ୧୫୦ବର୍ଷ ପୂର୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଏବଂ ସମସ୍ତ କର୍ମଚାରୀ ମହାବିଦ୍ୟାଳୟ ପରିସରରେ ଉପସ୍ଥିତ ରହିବା ସହ ବନ୍ଦେ ମାତରଂ ସଂଗୀତ ଗାନ କ
CHANDBALI COLLEGE BANDE MATARAM PROGRAMME


ଭଦ୍ରକ, ୭ ନଭେମ୍ବର (ହି.ସ.) - ଚାନ୍ଦବାଲି ମହାବିଦ୍ୟାଳୟ ରେ ବନ୍ଦେ ମାତରଂ ର ୧୫୦ବର୍ଷ ପୂର୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଏବଂ ସମସ୍ତ କର୍ମଚାରୀ ମହାବିଦ୍ୟାଳୟ ପରିସରରେ ଉପସ୍ଥିତ ରହିବା ସହ ବନ୍ଦେ ମାତରଂ ସଂଗୀତ ଗାନ କରାଯାଇଥିଲା। ପରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, ଜଣା ଅଜଣା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧକ୍ଷ୍ୟ ମାୟାଧର ମହାନ୍ତି ପରିଚାଳନା କରିଥିବା ବେଳେ ଏନ ସି ସି ର ପରିଚାଳକ ଅଧ୍ୟାପକ ଶାନ୍ତନୁ କୁମାର ନାୟକ ଏବଂ ଏନ ଏସ ଏସ ର ସଂଯୋଜକ ଅଧ୍ୟାପକ ଅମିତାଭ ଭୂୟାଁ ପରିଚାଳନା ରେ ସହଯୋଗ ଜଟିଥିବା ବେଳେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande