ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତି ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଂଢୋଲ ଗ୍ରାମ ପଂଚାୟତର ଦକ୍ଷିଣପାଲି ଗ୍ରାମ ଠାରେ ଉଭୟ ପୁରୁଷ ଓ ମହିଳା ହକି ଦଳମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଠିତ
ସୁବର୍ଣ୍ଣପୁର, ୦୭ ନଭେମ୍ବର(ହି.ସ.) – ଆଜି ପୂର୍ବାହ୍ନ ୮.୦୦ ଘଟିକାରୁ ୧୧.୦୦ ଘଟିକା ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ପଂଚାୟତ ସମିତି ଅନ୍ତର୍ଗତ ସିଂଢ଼ୋଲ୍ ଗ୍ରାମ ପଂଚାୟତର ଦକ୍ଷିଣପାଲି ଗ୍ରାମରେ ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତି ଉପଲକ୍ଷେ ଉଭୟ ପୁରୁଷ ଓ ମହିଳା ହକି ଦଳ ମାନଙ୍କ ମଧ୍ୟରେ ବନ୍
ହକି ଇଣ୍ଡିଆର ୧୦୦ ବର୍ଷ  ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଂଢୋଲ ଗ୍ରାମ ପଞ୍ଚାୟତର ଦକ୍ଷିଣପାଲି ଗ୍ରାମ ଠାରେ ଉଭୟ ପୁରୁଷ ଓ ମହିଳା ହକି ଦଳ ମାନଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ହକି  ମ୍ୟାଚ୍ ଅନୁଷ୍ଠିତ।


ସୁବର୍ଣ୍ଣପୁର, ୦୭ ନଭେମ୍ବର(ହି.ସ.) – ଆଜି ପୂର୍ବାହ୍ନ ୮.୦୦ ଘଟିକାରୁ ୧୧.୦୦ ଘଟିକା ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ପଂଚାୟତ ସମିତି ଅନ୍ତର୍ଗତ ସିଂଢ଼ୋଲ୍ ଗ୍ରାମ ପଂଚାୟତର ଦକ୍ଷିଣପାଲି ଗ୍ରାମରେ ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତି ଉପଲକ୍ଷେ ଉଭୟ ପୁରୁଷ ଓ ମହିଳା ହକି ଦଳ ମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ୍ ଉଦ୍ଘାଟନ ସମୟରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ, ଓ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞଳିନା ପ୍ରଧାନ ଉପସ୍ଥିତ ରହି ହକି ମ୍ୟାଚର ଶୁଭାରମ୍ଭ କରିଥିଲେ। ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ଆମ ଦେଶର ଜାତୀୟ ଖେଳ ହକିର ବିକାଶ ଓ ଉନ୍ନତି ପାଇଁ ନିଆଯିବ ବୋଲି ଜିଲ୍ଲାପାଳ, ସୁବର୍ଣ୍ଣପୁର ମତବ୍ୟକ୍ତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଏହି ଛୋଟ ଗାଁ ଦକ୍ଷିଣପାଲି ଏବଂ ଅଂଚଳର ଜନସାଧାରଣଙ୍କ ହକି ଖେଳ ପ୍ରତି ଥିବା ଅନୁରକ୍ତି ଓ ପ୍ରୟାସ କୁ ଜିଲ୍ଲାପାଳ, ସୁବର୍ଣ୍ଣପୁର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅଂଚଳର ଯୁବକ ଯୁବତୀ, ଛାତ୍ରୀ ଛାତ୍ରୀ ଓ ଖେଳାଳୀମାନଙ୍କୁ ବହୁ ସଂଖ୍ୟାରେ ହକି ଖେଳ ପ୍ରତି ଆକର୍ଷିତ ହୋଇ ହକି ଖେଳ ଖେଳିବା ପାଇଁ ଆହ୍ୱାନ ଦେବା ସହିତ ଅନୁରୋଧ କରିଥିଲେ। ଏହି ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚରେ ଦୁଇଗୋଟି ପୁରୁଷ ହକି ଦଳ ଓ ଦୁଇ ଗୋଟି ମହିଳା ହକି ଦଳ ଅଂଶ ଗ୍ରହଣ କରିଥିଲେ। ଏହି ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ୍ ଅବସରରେ ସରପଂଚ, ସିଂଢୋଲ ଗ୍ରାମ ପଂଚାୟତ, ଶ୍ରୀ ପ୍ରଦୀପ କୁମାର ଦେହୁରୀ ଓ ପଂଚାୟତ ନିର୍ବାହୀ ଅଧିକାରୀ, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପୁରୋହିତଙ୍କ ସମେତ ଅଂଚଳର ଜନସାଧାରଣ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର କ୍ରୀଡ଼ା ଶାଖାର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶ୍ରୀ ରାମ କୁମାର ସାହୁ, ପରିଚାଳକ, ହକି ଦଳ, ସୋନପୁର ଉପରୋକ୍ତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଆୟୋଜନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande