ଛାଡଖାଇରେ ବିକ୍ରୀ ହେଲା ୨୫ ଟନ ଆମିଷ
ଜୟପୁର 7 ନଭେମ୍ବର (ହି.ସ.)ଛାଡଖାଇ ଅବସରରେ କୋରାପୁଟ ଜିଲ୍ଲାର ପ୍ରାଣ କେନ୍ଦ୍ର ଜୟପୁର ସହର ଏବଂ ଗ୍ରାମାଞ୍ଚଳରେ ସମସ୍ତ ପ୍ରକାର ଆମିଷ ମିଶି ୨୫ ଟନ ବିକ୍ରୀ ହୋଇଥିବା ଦେଖାଯାଇଛି। ଏଥି ମଧ୍ୟରୁ ଚାରଜଣ ହୋଲସେଲ ମାଛ ବିକ୍ରେତାଙ୍କ ୧୦.୫ ଟନ ମାଛ କଙ୍କଡା ଚିଙ୍ଗୁଡ଼ି ୫ ଜଣ ହୋଲସେଲ କୁକୁଡ଼ା ବିକ୍ରେତାଙ୍
ଛାଡଖାଇରେ ବିକ୍ରୀ ହେଲା ୨୫ ଟନ ଆମିଷ


ଜୟପୁର 7 ନଭେମ୍ବର (ହି.ସ.)ଛାଡଖାଇ ଅବସରରେ କୋରାପୁଟ ଜିଲ୍ଲାର ପ୍ରାଣ କେନ୍ଦ୍ର ଜୟପୁର ସହର ଏବଂ ଗ୍ରାମାଞ୍ଚଳରେ ସମସ୍ତ ପ୍ରକାର ଆମିଷ ମିଶି ୨୫ ଟନ ବିକ୍ରୀ ହୋଇଥିବା ଦେଖାଯାଇଛି। ଏଥି ମଧ୍ୟରୁ ଚାରଜଣ ହୋଲସେଲ ମାଛ ବିକ୍ରେତାଙ୍କ ୧୦.୫ ଟନ ମାଛ କଙ୍କଡା ଚିଙ୍ଗୁଡ଼ି ୫ ଜଣ ହୋଲସେଲ କୁକୁଡ଼ା ବିକ୍ରେତାଙ୍କ ୧୨ ଟନ କୁକୁଡ଼ା ମାଂସ ଏବଂ ୨.୫ ଟନ ଛେଳି ମାଂସ ବିକ୍ରୀ ହୋଇଥିବା ଦେଖାଯାଇଛି। କାର୍ତ୍ତିକ ମାସରେ ପରିବା ଦର ଆକାଶ ଛୁଆଁ ଥିବା ବେଳେ ଛାଡଖାଇରେ ପରିବା ଦୋକାନ ଗୁଡ଼ିକ ଖାଲି ଥିବା ଦେଖାଯାଇଥିଲା। ମାଛ କିଲୋ ପ୍ରତି ୨୦୦ ବ୍ରୟଲର କୁକୁଡ଼ା ମାଂସ କିଲୋ ୨୪୦ ଟଙ୍କା ଦେଶୀ କୁକୁଡ଼ା ମାଂସ ୮୦୦ ଟଙ୍କା ଛେଳି ମାଂସ ୮୦୦ ଟଙ୍କା କଙ୍କଡା ଚିଙ୍ଗୁଡ଼ି ୬୦୦ କିଲୋ ପ୍ରତି ବିକ୍ରୀ ହୋଇଥିଲା ଏବଂ ଅଣ୍ଡା ଏକ ଲକ୍ଷ୍ୟରୁ ଉର୍ଦ୍ଧ ବିକ୍ରୀ ହୋଇଥିବା ସୂଚନା ବ୍ୟବସାୟୀ ମାନଙ୍କ ଠାରୁ ପ୍ରାପ୍ତ ହୋଇଛି। କୁକୁଡ଼ା ମାଛ ଏବଂ ଅଣ୍ଡା ଆସୁଛି ଆନ୍ଦ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ଛେଳି ଆସୁଛି ଛତିଶଗଡ଼ରୁ ରାଜ୍ୟ ସରକାରଙ୍କ ଗୁଡ଼ାଏ ଯୋଜନା ଏବଂ ବିଭାଗ କୁକୁଡ଼ା ମାଛ ଏବଂ ଅଣ୍ଡା ଉତ୍ପାଦନ ବଢାଇବା ପାଇଁ ରୋହିଥିଲେ ସୁଦ୍ଧା ବିଫଳ ହୋଇଥିବା ସ୍ୱାଷ୍ଟୋ ବାରୀ ହେଉଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ସାଗର କୁମାର ରାମଙ୍କୁ ଜିଲ୍ଲାରେ ମାଛ ଉତ୍ପାଦନ କାହିଁକି ପର୍ଯ୍ୟାପ୍ତ ପରିମାଣରେ ହେଉନାହିଁର ପ୍ରଶ୍ନ ଏଡ଼ାଇ ଯାଇଥିଲେ।ଆଗାମୀ ଦିନରେ ରାଜ୍ୟ ସରକାର ଅଣ୍ଡା ମାଛ କୁକୁଡ଼ା ଉତ୍ପାଦନରେ ଅଭିବୃଦ୍ଧି ନହୁଏ ତେବେ ରାଜ୍ୟ ସରକାର ବଦନାମ ହେବା ସହ ରାଜ୍ୟର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭୁସୁଡ଼ିବା ସୁନିଶ୍ଚିତ ବୋଲି ସାଧାରଣରେ ମତ୍ତ ପ୍ରକାଶ ପାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande