ସିଟି ହାଇସ୍କୁଲ ତରଫରୁ ଶୋଭାଯାତ୍ରା
ଜୟପୁର, 7 ନଭେମ୍ବର (ହି.ସ.) ରାଷ୍ଟ୍ରିୟ ଗୀତ ବନ୍ଦେ ମାତା ରାମର ୧୫୦ ବର୍ଷ ପୁତ୍ତି ଅବସରରେ ଜୟପୁର ସିଟି ହାଇସ୍ଲୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଟିତ ହୋଇଛି । ସକାଳ ୭ଟା ୩୦ ଠାରୁ ଏହି ଶୋଭାଯାତ୍ରା ବାହାରି ରାଜା ନହର , ମୁଖ୍ୟ ରାସ୍ତା ଦେଇ ଟ୍ରାଫିକ ଛକରେ ପହଞ୍ଚି ପୁ
ସିଟି ହାଇସ୍କୁଲ ତରଫରୁ ଶୋଭାଯାତ୍ରା


ଜୟପୁର, 7 ନଭେମ୍ବର (ହି.ସ.) ରାଷ୍ଟ୍ରିୟ ଗୀତ ବନ୍ଦେ ମାତା ରାମର ୧୫୦ ବର୍ଷ ପୁତ୍ତି ଅବସରରେ ଜୟପୁର ସିଟି ହାଇସ୍ଲୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଟିତ ହୋଇଛି । ସକାଳ ୭ଟା ୩୦ ଠାରୁ ଏହି ଶୋଭାଯାତ୍ରା ବାହାରି ରାଜା ନହର , ମୁଖ୍ୟ ରାସ୍ତା ଦେଇ ଟ୍ରାଫିକ ଛକରେ ପହଞ୍ଚି ପୁଣି ବିଦ୍ୟାଳୟ ରେ ପହଞ୍ଚି ଉଦଯାପନ କାଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏନେଇ ବିଦ୍ୟାଳୟ ତରଫରୁ ସୁଧାକର ପଟ୍ଟନାୟକ ଦେଲେ ସୁଚନା ।

ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରଂ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସିଟି ଇଂଲିଶ ମିଡୀୟମ ଓ ସିଟି ଉଚ୍ଚ ବିଦ୍ୟାଳୟ ର ୪୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏକ ବିଶାଳ ଶୋଭଯାତ୍ରାରେ ବାହାରି ଟ୍ରାଫିକ ଛକ ଠାରେ ସମସ୍ତ ଜନସାଧାରଣ ଙ୍କ ସହ ମିଶି ଵନ୍ଦେ ମାତରଂ ଗାନ କରିଥିଲେ। ଏହି କାର୍ଯକ୍ରମ କୁ ସିଟି ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶଶି ପଟ୍ଟନାୟକ ନେତୃତ୍ୱ ନେଇଥିଲେ। ଛାତ୍ର ଛାତ୍ରୀ ମାନେ ହାତରେ ତ୍ରିରଙ୍ଗା ପତାକା ନେଇ ବନ୍ଦେ ମାତରଂ ସ୍ଲୋଗାନ ସହ ସ୍କୁଲ ପରିସର ରୁ ବାହାରି ବେଲ ରୋଡ, ଏନ କେ ଟି ରୋଡ, ଲାଲ ସାହି, ରଥ ପଡିଆ ଦେଇ ଓ ଟ୍ରାଫିକ ଛକ ଠାରେ ସମାବେଶ ହୋଇଥିଲେ। ବଙ୍କିମ ଚନ୍ଦ୍ର ଚାଟାର୍ଜୀ, ଅରବିନ୍ଦ ଘୋଷ ଓ ରବୀନ୍ଦ୍ର ନାଥ ଠାକୁର ଙ୍କ ପ୍ରତିମୂର୍ତ୍ତି, ଭାରତ ମାତା ଙ୍କ ଫୋଟୋ ଓ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ରାଜ୍ୟର ପରିପାଟୀ ପରିଧାନ ଓ ଭାରତ ମାତା ଭଳି ସୁସଜ୍ଜିତ ହୋଇ ଛାତ୍ରୀ ମାନେ ଶୋଭାଯାତ୍ରା ର ମହତ୍ତ୍ଵ କୁ ଦ୍ଵିଗୁଣିତ କରି ଦେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବି ସୁଜାତା, ପ୍ରିନ୍ସିପାଲ ସୁଧାକର ପଟ୍ଟନାୟକ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଂକ ସହ ତେଲୁଗୁ ସାଂସ୍କୃତିକ ସମିତି ର ଅଧକ୍ଷ ବିରେଶ୍ ପଟ୍ଟନାୟକ , ସଭ୍ୟ ମାନଙ୍କ ମଧ୍ୟରେ ଏ ଶ୍ରୀନିବାସ ରାଓ, କେ ରାମକୃଷ୍ଣ, ବି ସତୀଶ, ୱାଇ ଏସ୍ ଖାନ୍ନା, ଗୋବିନ୍ଦ ନାୟକ ସିୱା ଅନୁଷ୍ଠାନ ର ଜି ଭୀ ରେଡ୍ଡୀ, କେ ମୋହନ ରାଓ ପ୍ରଦୀପ୍ତ ସାହୁ, ଆନନ୍ଦ ମୂନ୍ଦ୍ରା,ରମେଶ ଚୌଧୁରୀ, ରଞ୍ଜିତ ନାୟକ, ବିନାୟକ ମହାପାତ୍ର, କେ କ୍ରିଷ୍ଣା ରାଓ ଗୋପାଳ ସାହୁ ଅଜୟ ମିଶ୍ର ଓ ପ୍ରସାଦ ରାଓ ପେଟା ଯୋଗ ସମିତି ର ସମସ୍ତ ସଭ୍ୟ ଓ ଅଭିଭାବକ ମାନେ ଯୋଗ ଦେଇଥିଲେ।

ଏହି କାର୍ଯକ୍ରମ କୁ ସିଟି ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ପ୍ରତାପ ପଟ୍ଟନାୟକ ପରିଚାଳନା କରିଥିଲେ।

ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦନ କୁମାର ନାୟକ ଓ ପୌର ଉପାଧ୍ୟକ୍ଷ ଶ୍ରୀମତି ବି ସୁନୀତା ମଧ୍ୟ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥଲେ

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande