ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଜୟପୁର, ୭ ନଭେମ୍ବର (ହି.ସ.)- ସମ୍ପ୍ରତି ସମାଜରେ ବଢି ଚାଲିଥିବା ସାଇବର କ୍ରାଇମକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ବୈପାରୀଗୁଡା ପୋଲିସ ପକ୍ଷରୁ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ “ସଚେତନତା ହିଁ ସୁରକ୍ଷା” ଶୀର୍ଷକ ଆଲୋଚନାଚକ୍
ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ


ଜୟପୁର, ୭ ନଭେମ୍ବର (ହି.ସ.)- ସମ୍ପ୍ରତି ସମାଜରେ ବଢି ଚାଲିଥିବା ସାଇବର କ୍ରାଇମକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ବୈପାରୀଗୁଡା ପୋଲିସ ପକ୍ଷରୁ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ “ସଚେତନତା ହିଁ ସୁରକ୍ଷା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଓଆଇସି ଡମ୍ବୁରୁ ଧର ବାର୍ତିଆଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତା, ଜିଲ୍ଲା ପରିଷଦ ରାଜେଶ ମହୁରୀଆ, ସରପଞ୍ଚ ସୂର୍ଯ୍ୟ ମଣି ନାୟକ, ସମିତି ସଭ୍ୟା ମଞ୍ଜୁଲତା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସାଇବର ସେଲ୍ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ଅଜଣା କଲ୍‌ କୁ ଗ୍ରହଣ ନକରିବା, ଲିଙ୍କ୍ ନଖୋଲିବା ଏବଂ ନିଜ ଏଟିଏମ୍ କାର୍ଡର ନମ୍ବର ପିନ୍ ଓ ସିଭିଲ୍ ନମ୍ବର ପ୍ରଭୃତି ଅଜଣା ବ୍ୟକ୍ତିଙ୍କୁ ନଦେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ସଚେତନତା ହିଁ ସାଇବର ଅପରାଧକୁ ସୁରକ୍ଷା ଦେଇପାରିବ ବୋଲି ଅତିଥିଗଣ ମତ ପ୍ରକାଶ କରିବା ସହ ମୁଖ୍ୟତଃ ଅଧିକ ଆୟ କରୁଥିବା ଏବଂ ବ୍ୟାଙ୍କରେ ଟଙ୍କା ଜମା ରଖୁଥିବା ଗ୍ରୁପ ଓ ଲୋକଙ୍କୁ କିଭଳି ଭାବେ ସାଇବର ଠକ ମାନେ ଟାର୍ଗେଟ କରିଥାନ୍ତି ତାହା ବୁଝାଇଥିଲେ ।

ଏଥିସହ କାର୍ଯ୍ୟକ୍ରମ ପୂର୍ବରୁ ଥାନା ସମ୍ମୁଖରୁ ଆଦିବାସୀ ଗୀତ ବାଜା ସହ ଢେମସା ନାଚରେ ବାହାରି ସହରରେ ସାଇବର ସୁରକ୍ଷା ସଚେତନତା ରଥ ପରିକ୍ରମା କରାଯାଇଥିଲା ଏବଂ ସାଇବର ସୁରକ୍ଷା ଦିଗରେ ଜନସଚେତନତା ସୃଷ୍ଟି କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande