
ଖୋର୍ଦ୍ଧା, ୭ ନଭେମ୍ବର (ହି.ସ.)- କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୋମାନ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ସଭାପତି, ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକା, ଚକ୍ରଧର ମିଶ୍ର, ଏ. ଏ. ଈ. ପ୍ରଦୀପ୍ତ ନାୟକ, ଏ. ଆର. ସି.ଏସ. ଭଗମତ ମାରାଣ୍ଡି, କେ. ବି. କେ ବୈଜ୍ଞାନିକ ହରପ୍ରିୟା ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଗୁମାନ ସିଂ ସମସ୍ତଙ୍କୁ ମାଣ୍ଡିଆର ବ୍ୟବହାର ଓ଼ ଚାଷ ପ୍ରସାରିତ କରିବା ସହ ବିଶ୍ୱ ସ୍ତରରେ ପହଂଚାଇବା ପାଇଁ ଆହ୍ୱାନ କରିଥିଲେ। ମାଣ୍ଡିଆର ମୂଲ୍ୟଯୁକ୍ତ ଉତ୍ପାଦର ବଜାରୀ କରଣର ସୁଵିଧା ଯୋଗାଈବାର ଆବଶ୍ୟକ ରହିଥିବାର କହିଥିଲେ। ଗାଁ ଗହଳିରେ ପୂର୍ବ ପୁରୁଷଙ୍କ ଅମଳରୁ ମାଣ୍ଡିଆ ଉପଯୁକ୍ତ ଖାଦ୍ୟ ଭାବେ ଉପଯୋଗ ହୋଈ ଅସୁଥୁବା କହିଥିଲେ। ସମ୍ମାନିତ ଅତିଥି ଭାବେ କେ. ବି. କେ ବୈଜ୍ଞାନିକ ଭାରତର ଇତିହାସ ଓ଼ ସଂସ୍କୃତି ସହ ଜଡିତ ବୋଲି କହିଥିଲେ। ହରପପ୍ପା ସଭ୍ୟତାରେ ମଧ୍ୟ ମାଣ୍ଡିଆକୁ ଖାଦ୍ୟ ଭାବେ ବ୍ୟବହାର କରାଯାଉଥିବା ନେଇ ପ୍ରତ୍ନତତ୍ତ୍ଵ ବିତ ମାନେ ପ୍ରମାଣ ଦେଇଛନ୍ତି ବୋଲି କହିଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି କହିଥିଲେ, ଶ୍ରୀ ଅନ୍ନ ଅଭିଯାନ ଜିଲ୍ଲାର ଟାଙ୍ଗୀ ଓ଼ ବାଣପୁର ବ୍ଲକରେ କାର୍ଯ୍ୟକ୍ରମ ହେଉଛି। ଏହି ଅବସରରେ ଏ. ଡ଼ି. ଓ଼. ଅଫିସ ପ୍ରାଙ୍ଗଣରେ ଖାଦ୍ୟ ମହୋତ୍ସବ ଆୟୋଜନ କରାଯାଇଥିଲା। ଅତିଥି ମାନେ ଖାଦ୍ୟ ଷ୍ଟଲ ଉଦଘାଟନ କରିବା ସହ ମାଣ୍ଡିଆରେ ତିଆରି ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଚାଖି ଥିଲେ। ଉତ୍ସବରେ ଦୁଇ ଶହରୁ ଅଧିକ ଛାତ୍ର ଛାତ୍ରୀ ଏବଂ ଉନ୍ନତ ଚାଷୀଙ୍କ ଦ୍ଵାରା ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ପରିବେଷଣ କରାଯାଇଥିଲା। ମାଣ୍ଡିଆ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସଫଳ ଚାଷୀ, କାର୍ଯ୍ୟରତ ଅଂଶୀଦାର ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଟାଙ୍ଗୀ ବ୍ଲକ ର ଶ୍ରେଷ୍ଠ ମାଣ୍ଡିଆ କୃଷକ ନୂଆଗଡ ପଂଚାୟତର ସୁରଥ ବିଶ୍ୱାଳ ଓ଼ ବାଣପୁର ବ୍ଲକ ର ନୀଳାଦ୍ରି ପ୍ରସାଦ ପଂଚାୟତର ଦାମ ଶବର, ଶ୍ରେଷ୍ଠ ଷ୍ଟଲ ପ୍ରଦର୍ଶନ ଭାବରେ ବାଣପୁର ସହଯୋଗୀ ବେସରକାରୀ ସଂସ୍ଥା ଈଶାନେ ସ୍ୱର ଯୁବକ ସଂଘ, ଟାଙ୍ଗୀ ବ୍ଲକ ର ଶ୍ରେଷ୍ଠ ସହଯୋଗୀ ବେସରକାରୀ ସଂସ୍ଥା ଭାବେ ବିଶ୍ୱ ଜୀଵନ ସେବା ସଂଘ ଓ଼ ଶ୍ରେଷ୍ଠ କୃଷକ ଉତ୍ପାଦକ କମ୍ପାନୀ ଭାବେ ବାଲି ହରଚଣ୍ଡୀ ଫାର୍ମର ପ୍ରଡ୍ୟୁଷର କମ୍ପାନୀ ଲିମିଟେଡ଼, ଟାଙ୍ଗୀ ବ୍ଲକ ର ଶ୍ରେଷ୍ଠ ଗୋଷ୍ଠୀ ସମ୍ବଳ ବ୍ୟକ୍ତି ଅନୁପ କୁମାର ବେହେରା, ଶ୍ରେଷ୍ଠ ମହିଳା ଏସ.ଏଚ.ଜି. ଭାବରେ ଟାଙ୍ଗୀ ବ୍ଲକ ର ଉଜ୍ଜଳା ଗୋପୀନାଥ ପୁରର ଅର୍ଣ୍ଣପୂର୍ନା ଏସ.ଏଚ.ଜି. ଓ଼ ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତର ମା ତାରିଣୀ ଏସ.ଏଚ.ଜି. ଓ଼ ଶ୍ରୀ ଅନ୍ନ ଅଭିଯାନର ଶ୍ରେଷ୍ଠ ବ୍ଲକ ଭାବେ ଟାଙ୍ଗି ବ୍ଲକର କୃଷି ଅଧିକାରୀ ସୌମେନ୍ଦ୍ର କୁମାର ବେହେରାଙ୍କୁ ପୁରସ୍କୃତ ଓ଼ ସମ୍ମାନିତ କରାଯାଇଥିଲା।
ଶ୍ରୀ ଅନ୍ନ ଅଭିଯାନର ଜିଲ୍ଲା ସଂଯୋଜିକା ଜେସିକା ସାହୁ ଓ଼ ଟାଙ୍ଗୀ ବ୍ଲକ ସହକାରୀ କୃଷି ଅଧିକାରୀ ଦୁର୍ଗେଶ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରାକେଶ