ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କଲେ ଲୋଇସିଂହା ବ୍ଲକ
ବଲାଙ୍ଗିର, 7 ନଭେମ୍ବର (ହି.ସ.) : ସ୍ଥାନୀୟ ପିଏମଶ୍ରୀ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଉପଜିଲ୍ଲାପାଳ ଆଲୋକ ପଟେଲ ମୁଖ୍ୟ ଅତିଥି,ସମ
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ  ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କଲେ ଲୋଇସିଂହା ବ୍ଲକ


ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ  ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କଲେ ଲୋଇସିଂହା ବ୍ଲକ


ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ  ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କଲେ ଲୋଇସିଂହା ବ୍ଲକ


ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ  ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କଲେ ଲୋଇସିଂହା ବ୍ଲକ


ବଲାଙ୍ଗିର, 7 ନଭେମ୍ବର (ହି.ସ.)

: ସ୍ଥାନୀୟ ପିଏମଶ୍ରୀ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଉପଜିଲ୍ଲାପାଳ ଆଲୋକ ପଟେଲ ମୁଖ୍ୟ ଅତିଥି,ସମ୍ମାନୀତ ଅତିଥି ଭାବେ ଏଡିଇଓ ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ,ପ୍ରବୀର ପଣ୍ଡା,ସଦର ବ୍ଲକ ବିଇଓ ନୀଳମଣି ପଟେଲ,ପି ଆର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ।ସରକାରୀ ଟାଉନ ବାଳିକା ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ପଟେଲ ନିଜ ବକ୍ତବ୍ୟରେ ଆଜିର ଶିଶୁ ଶିକ୍ଷିତ,ସଚେତନ ଓ ସଂସ୍କାରି ହେଲେ ଆସନ୍ତା କାଲି ଏକ ଉଜ୍ବଳ ଭବିଷ୍ୟତ ଗଠନ ହେବ ବୋଲି କହିବା ସହ ଶିଶୁ କୁ ଭଲ ପରିବେଶ,ସୁସ୍ଥ ଜୀବନ ଓ ସୁନିଶ୍ଚିତ ଶିକ୍ଷା ଦେବା ଉଚିତ ବୋଲି କହିଥିଲେ।ଜୁନିଅର,ସିନିଅର ଓ ସୁପର ସିନିଅର ଏପରି ୩ଟି ବର୍ଗର ୩୫୦ ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ମାନେ ପ୍ରବନ୍ଧ,ବକ୍ତୃତା,ତର୍କ,କୁଇଜ,ସୃଜନଶୀଳ ଲିଖନ,ସଂଗୀତ,ସୁନ୍ଦର ହସ୍ତାକ୍ଷର,ଶିଳ୍ପକଳା ଓ ଚିତ୍ରକଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର କୁମାର ବେହେରା ଯୋଗଦେଇ ଶିଶୁ ମାନେ ହେଉଛନ୍ତି ଜାତିର ଭବିଷ୍ୟତ ସ୍ତମ୍ଭ। ତାଙ୍କୁ ଯଦି ସଠିକ ଦିଗ ଦେଖାଯାଏ ତେବେ ସେମାନେ ଦେଶକୁ ନୂତନ ଉଚ୍ଚତା କୁ ନେଇଯିବେ ବୋଲି ମତବ୍ୟକ୍ତ କରିଥିଲେ।ଶିକ୍ଷକ ସରୋଜ ନାୟକ,ନାରାୟଣ ମିଶ୍ର,ଅଳକା ଦାଶ ଓ ସୈଲେନ୍ଦ୍ରୀ ପରିଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଲୋଇସିଂହା ବ୍ଲକ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ପୁରସ୍କୃତ କରିବା ସହ ଶିକ୍ଷକ ଦେବକାନ୍ତ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ,ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,ସମସ୍ତ ସିଆରସିସି,ଵିଆରସିସି,ସ୍ଥାନୀୟ ହାଇସ୍କୁଲର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande