ହାୱାଲା ଅପରେଟରଙ୍କ ବିରୁଦ୍ଧରେ ଦିଲ୍ଲୀ ,ଗୋଆରେ ଅନେକ ସ୍ଥାନରେ ଇଡିର ଚଢାଉ
ନୂଆଦିଲ୍ଲୀ, ନଭେମ୍ବର 7 (ହି.ସ)-ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୁବାଇରେ ଅଘୋଷିତ ସମ୍ପତ୍ତି ରଖିଥିବା ଭାରତୀୟଙ୍କ ବିରୁଦ୍ଧରେ ଏକ ତଦନ୍ତର ଅଂଶ ସ୍ୱରୂପ, ଶୁକ୍ରବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଗୋଆରେ ହୱାଲା ଅପରେଟରଙ୍କ କାର୍ଯ୍ୟାଳୟରେ ଚଢାଉ କରିଛି।ଏହି ଚ
ହାୱାଲା ଅପରେଟରଙ୍କ ବିରୁଦ୍ଧରେ ଦିଲ୍ଲୀ ,ଗୋଆରେ ଅନେକ ସ୍ଥାନରେ ଇଡିର ଚଢାଉ


ନୂଆଦିଲ୍ଲୀ, ନଭେମ୍ବର 7 (ହି.ସ)-ପ୍ରବର୍ତ୍ତନ

ନିର୍ଦ୍ଦେଶାଳୟ (ଇଡି) ଦୁବାଇରେ ଅଘୋଷିତ

ସମ୍ପତ୍ତି ରଖିଥିବା ଭାରତୀୟଙ୍କ ବିରୁଦ୍ଧରେ ଏକ ତଦନ୍ତର ଅଂଶ ସ୍ୱରୂପ, ଶୁକ୍ରବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଗୋଆରେ ହୱାଲା

ଅପରେଟରଙ୍କ କାର୍ଯ୍ୟାଳୟରେ ଚଢାଉ କରିଛି।ଏହି ଚଢାଉ ବିଦେଶୀ ମୁଦ୍ରା ପରିଚାଳନା ଆଇନ (ଫେମା) ଅଧୀନରେ କରାଯାଉଛି।ଅଧିକାରିକ ସୂତ୍ର ଅନୁଯାୟୀପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟାଳୟ ୟୁନିଟ୍ ଦୁବାଇରେ ଭାରତୀୟଙ୍କ

ଅଘୋଷିତ ସମ୍ପତ୍ତି ସମ୍ପର୍କରେ ବିଦେଶୀ ମୁଦ୍ରା ପରିଚାଳନା ଆଇନ (ଫେମା) ଅଧୀନରେ ଦିଲ୍ଲୀ ଏବଂ ଗୋଆ ସ୍ଥିତ ହାୱାଲା ଅପରେଟରଙ୍କ

ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ଅଧିକାରୀମାନେ କହିଛନ୍ତି ଯେ ଏହି ଚଢାଉ ବିଦେଶୀ ମୁଦ୍ରା

ପରିଚାଳନା ଆଇନ (ଫେମା) ଅଧୀନରେ କରାଯାଉଛି, ଯାହା ବର୍ତ୍ତମାନ ଚାଲିଛି। ନିର୍ଦ୍ଦିଷ୍ଟ ସୂଚନା

ଆଧାରରେ, ସକାଳ ଠାରୁ ଦିଲ୍ଲୀ ଏବଂ ଗୋଆରେ ସମ୍ପୃକ୍ତ ପୋଲିସ

ବାହିନୀ ସହିତ ଘନିଷ୍ଠ ସମନ୍ୱୟରେ ସନ୍ଦିଗ୍ଧ ହୱାଲା ଅପରେଟରଙ୍କ ବିରୁଦ୍ଧରେ ଚଢାଉ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande