ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ
ବଲାଙ୍ଗିର, 7 ନଭେମ୍ବର (ହି.ସ.)ବଲାଙ୍ଗିର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଅବସର ପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠି ଙ୍କର ୮୧ ବର୍ଷ ବୟସରେ ଆଜି ନିଜ ହାତିଶାଳ ପଡା ସ୍ଥିତ ବାସଭବନରେ ପରଲୋକ ହୋଇ ଯାଇଛି । ସେ ଜଣେ ସଚ୍ଚୋଟ, ମେଳାପୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ
ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ


ବଲାଙ୍ଗିର, 7 ନଭେମ୍ବର (ହି.ସ.)ବଲାଙ୍ଗିର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଅବସର ପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠି ଙ୍କର ୮୧ ବର୍ଷ ବୟସରେ ଆଜି ନିଜ ହାତିଶାଳ ପଡା ସ୍ଥିତ ବାସଭବନରେ ପରଲୋକ ହୋଇ ଯାଇଛି । ସେ ଜଣେ ସଚ୍ଚୋଟ, ମେଳାପୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ପରିଚିତ ମହଳରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟ ଶଯ୍ୟା ନିକଟରେ ପୁଅ ଗୋପାଳ, ସନ୍ତୋଷ, ଦୁଇ ବୋହୁ, ଯାମାତା ରାଜୁ, ସରୋଜ, କଲ୍ୟାଣ, ଝିଅ ପଦ୍ମିନୀ, ନିଳିମା, ସବିତା ଓ ନାତି ନାତୁଣି ଉପସ୍ଥିତ ଥିଲେ । ବିଭୁତିପଡା ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରୀୟା ଅନୁଷ୍ଠିତ ହୋଇଥିଲା । ଦୁଇ ପୁଅ ଗୋପାଳ ଓ ସନ୍ତୋଷ ମୁଖାଗ୍ନି ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande