ବଲାଙ୍ଗିର ବ୍ରାହ୍ମଣ ମହାସଭା କାର୍ଯ୍ୟନିର୍ବାହୀ କମିଟିର ବୈଠକ
ବଲାଙ୍ଗିର, ୭ ନଭେମ୍ବର (ହି.ସ.)- ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ଶ୍ରୀଶ୍ରୀ ନୃସିଂହ ମନ୍ଦିର ବଲାଙ୍ଗିର ପ୍ରାଙ୍ଗଣରେ ଜିଲ୍ଲା ବ୍ରାହ୍ମଣ ମହାସଭା ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ମହାସଭାର କାର୍ଯ୍ୟନିର୍ବାହୀ କମିଟିର ଏକ ବୈଠକ ବସିଥିଲା। ଉପଦେଷ୍ଟା ଧର୍ମସିଂହ ମିଶ୍ର, ବ୍ରହ୍ମଶ୍ରୀ ଗିରିଧ
ବଲାଙ୍ଗିର ବ୍ରାହ୍ମଣ ମହାସଭା କାର୍ଯ୍ୟନିର୍ବାହୀ କମିଟିର ବୈଠକ


ବଲାଙ୍ଗିର, ୭ ନଭେମ୍ବର (ହି.ସ.)- ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ଶ୍ରୀଶ୍ରୀ ନୃସିଂହ ମନ୍ଦିର ବଲାଙ୍ଗିର ପ୍ରାଙ୍ଗଣରେ ଜିଲ୍ଲା ବ୍ରାହ୍ମଣ ମହାସଭା ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ମହାସଭାର କାର୍ଯ୍ୟନିର୍ବାହୀ କମିଟିର ଏକ ବୈଠକ ବସିଥିଲା। ଉପଦେଷ୍ଟା ଧର୍ମସିଂହ ମିଶ୍ର, ବ୍ରହ୍ମଶ୍ରୀ ଗିରିଧାରୀ ଶତପଥୀ, ଗୋପବନ୍ଧୁ ପୁରୋହିତ, ଉପସଭାପତି ବିଶ୍ବନାଥ ମିଶ୍ର, କୋଷାଧ୍ୟକ୍ଷ ପଞ୍ଚାନନ ବେଦବାକ୍, କାର୍ଯ୍ୟନିର୍ବାହୀ ସଦସ୍ଯ କେଶବ ଚନ୍ଦ୍ର ମିଶ୍ର, ଏଡଭୋକେଟ ବାଳକୃଷ୍ଣ ଷଡଙ୍ଗୀ, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ପ୍ରଭୁଦତ୍ତ ଶତପଥୀ ପ୍ରମୁଖଙ୍କ ସମ୍ମିଳିତ ଏହି ବୈଠକରେ ଆସନ୍ତା ଡିସେମ୍ବର ୩ ତାରିଖ ବୁଧବାର ଦିନ ଶ୍ରୀଶ୍ରୀ ନୃସିଂହ ମନ୍ଦିର ବଲାଙ୍ଗିର ପରିସରରେ ଶ୍ରୀମଦ୍ ଗୀତା ଜୟନ୍ତୀ ପାଳନ ତଥା ଗୀତା ଯଜ୍ଞ ଅନୁଷ୍ଠାନ କରାଯିବାର ସିଦ୍ଧାନ୍ତ ଗୃହୀତ ହେଲା। ଏହା ସହିତ ଆସନ୍ତା ତା. ୯ -୧୧ - ୨୦୨୫ ଦିନ ପୁରୀ ଠାରେ ଅଖିଳ ଓଡିଶା ବ୍ରାହ୍ମଣ ମହାସଂଘର ତ୍ରୈମାସିକ ବୈଠକରେ ଯୋଗଦେବା, ମହାସଭାର ସଦସ୍ଯତା ବୃଦ୍ଧିକରିବା ଉପରେ ନିଷ୍ପତ୍ତି ନିଆଗଲା। ବିଗତ ଦିବସ ମାନଙ୍କରେ ମହାସଭାର ଆୟ ଏବଂ ବ୍ଯୟ ଅନୁମୋଦନ, ବିଭିନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନରେ ଯୋଗଦାନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସର୍ବସମ୍ମତ ସିଦ୍ଧାନ୍ତ ଗ୍ରହଣ କରାଗଲା। ସର୍ବଶେଷରେ ସଂପାଦକ ପ. ଶ୍ଯାମସୁନ୍ଦର ଦାଶଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଗଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande