ଗୁଜୁରାଟର ପ୍ରସିଦ୍ଧ ଲୋକ ସାହିତ୍ୟକାର ପଦ୍ମଶ୍ରୀ ଜୋରାବରସିଂ ଯାଦବଙ୍କ ଦେହାନ୍ତ
ଅହମ୍ମଦାବାଦ, ନଭେମ୍ବର 7 (ହି.ସ) -ଗୁଜୁରାଟର ଲୋକ ସାହିତ୍ୟକାରକାହାଣୀକାର, ଗୁଜୁରାଟ ଲୋକକଳା ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ସମ୍ପାଦକ ପଦ୍ମଶ୍ରୀ ଜୋରାବରସିଂ ଯାଦବଙ୍କର 85 ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଲୋକସଂସ୍କୃତି, ଲୋକକଳା ଏବଂ ଲୋକସାହିତ୍ୟ ଉପରେ ଆଧାରିତ
ଗୁଜୁରାଟର ପ୍ରସିଦ୍ଧ ଲୋକ ସାହିତ୍ୟକାର ପଦ୍ମଶ୍ରୀ ଜୋରାବରସିଂ ଯାଦବଙ୍କ ଦେହାନ୍ତ


ଅହମ୍ମଦାବାଦ, ନଭେମ୍ବର 7 (ହି.ସ) -ଗୁଜୁରାଟର ଲୋକ ସାହିତ୍ୟକାରକାହାଣୀକାର, ଗୁଜୁରାଟ ଲୋକକଳା

ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ସମ୍ପାଦକ ପଦ୍ମଶ୍ରୀ ଜୋରାବରସିଂ ଯାଦବଙ୍କର 85 ବର୍ଷ ବୟସରେ

ଦେହାନ୍ତ ହୋଇଛି। ସେ ଲୋକସଂସ୍କୃତି, ଲୋକକଳା ଏବଂ

ଲୋକସାହିତ୍ୟ ଉପରେ ଆଧାରିତ ପ୍ରାୟ 90ଟି କୃତି ସମ୍ପାଦନା ଏବଂ ରଚନା କରିଥିଲେ। ତାଙ୍କ

ଦେହାନ୍ତ ଗୁଜୁରାଟି ସାହିତ୍ୟ ଜଗତରେ ଶୋକର ଲହରୀ ଖେଳାଇଦେଇଛି। ଜୋରାବରସିଂହ ଯାଦବଙ୍କ ଜନ୍ମ 10ଜାନୁଆରୀ1940 ରେ ଧନ୍ଧୁକା ତହସିଲର ଆକାରୁ ଗ୍ରାମରେ ହୋଇଥିଲା।ତାଙ୍କ

ପିତାଙ୍କ ନାମ ଦାନୁଭାଇ ହାଲୁମଭାଇ ଏବଂ ମାତାଙ୍କ ନାମ ପମ୍ବା। ସେ ବୃତ୍ତିରେ କୃଷକ ଥିଲେ। ତାଙ୍କ ଶୈଶବ ଆକରୁ ଗାଁରେ ବିତିଥିଲା ଏବଂ ତାଙ୍କ ପାଳନ

ପୋଷଣ ତାଙ୍କ ସାବତ ମା ଗଙ୍ଗାବା କରିଥିଲେ। ଜୋରାବରସିଂ ବାଲ୍ୟକାଳରୁ ଲୋକସାହିତ୍ୟ ଏବଂ ଲୋକକଳା ପ୍ରତି ଗଭୀର ଆଗ୍ରହ

ପାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande