
ମୁଖୀଗୁଡ଼ା, ୦୭ ନଭେମ୍ବର(ହି.ସ.) – କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ କେନାଲ ଜୟପାଟଣା ମାଇନର ଏବଂ ଚିର୍କା-ଖଇରମାଳ ସବ୍ ମାଇନର କେନାଲରେ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ କେନାଲ ପାଣି ଯୋଗାଇ ଦେବା ପାଇଁ ଚାଷୀମାନେ ଦାବୀ କରିଛନ୍ତି।
ଏବେ ଅଧିକାଂଶ ଚାଷୀଙ୍କ ଧାନ ଅପରିପକ୍ୱ ଅବସ୍ଥାରେ ରହିଥିବାରୁ ଅଧିକ ଜଳର ଆବଶ୍ୟକତା ଥିବାବେଳେ ୧୦ ତାରିଖରୁ କେନାଲରେ ବନ୍ଦ ହୋଇଯିବ ବୋଲି ଶୁଣିବାକୁ ମିଳୁଛି। ଯଦି କେନାଲ ପାଣି ବନ୍ଦହୁଏ ତେବେ ଚାଷୀମାନଙ୍କର ଧାନ ଫସଲ ସଂପୂର୍ଣ ଭାବରେ ନଷ୍ଟ ହେବା ସମ୍ଭାବନା ରହିଛି। ଏଣୁ କେନାଲ ପାଣି ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ଦେବା ପାଇଁ ଚାଷୀ ଦାବୀ କରିଛନ୍ତି। ଏନେଇ ଚାଷୀ ରଶ୍ମିରଞ୍ଜନ ମୁଣ୍ଡ, ସତ୍ୟାନନ୍ଦ ପୁଝାରୀ, ନବୀନ ରାଉତ, ବେଣୁ ରାଉତ, ପୂର୍ଣ୍ଣ ସାହୁ, ଶ୍ରୀରାମ ମାଝୀ, ସିଦ୍ଧାର୍ଥ ପଣ୍ଡା, ସଚେତନ ନାଗରିକ କ୍ରିୟାନୁଷ୍ଠାନ କମିଟିର ଆବାହକ ପ୍ରକାଶ ଦୁରିଆ ପ୍ରମୁଖ ଜୟପାଟଣା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ନିହାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ନିହାର