
ଜୟପୁର, ୭ ନଭେମ୍ବର (ହି.ସ.)- ଜୟପୁର ସ୍ଥିତ ଘରୋଇ ବସଷ୍ଟାଣ୍ଡରେ ଅଗ୍ନି ନିରାପତ୍ତା ଉପରେ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି l ଜୟପୁର ଅଗ୍ନିଶମ ବିଭାଗ ଏବଂ ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ ଘରୋଇ ବସଷ୍ଟାଣ୍ଡ ପରିସରରେ ଅଗ୍ନି ସଚେତନତା ଶିବିର ତଥା କର୍ମଶାଳା ଆୟୋଜିତ ହୋଇଥିଲା । ସହକାରୀ ଅଗ୍ନିଶମ ଅଧିକାରୀ ସୁରେଶ କୁମାର ବାରିକ ଓ କେନ୍ଦ୍ରାଧିକାରୀ ସୂର୍ଯ୍ୟ ବେହେରାଙ୍କ ନେତୃତ୍ଵରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ. ଜୟପୁର ପୌର ପାଳିକାର ଅଧ୍ୟକ୍ଷ ତଥା ବସ ମାଲିକ ସଂଘର ସାଧାରଣ ସମ୍ପାଦକ ନରେନ୍ଦ୍ର ମହାନ୍ତି, ଅତିରିକ୍ତ ଅରଟିଓଙ୍କ ସହ ବସ ମାଲିକ, ଡ୍ରାଇଭର, ହେଲପର ଓ ଯାତ୍ରୀ ମାନେ ଉପସ୍ଥିତ ଥିଲେ। ନିଆଁ ଲିଭାଇବା କୌଶଳ ଆଦି ଉପରେ ସଚେତନ କରାଯାଇଥିଲା l ରିସକ୍ୟୁ ଇକ୍ୟୁପମେଣ୍ଟ ର ବ୍ୟବହାର ଏବଂ କାର୍ଯ୍ୟକାରିତା ଇତ୍ୟାଦି ବିଷୟରେ କର୍ମଚାରୀ ମାନେ ଡେମୋନଷ୍ଟ୍ରସନ ଦେଖାଇ ଥିଲେ l ପରିବହନ ବିଭାଗ ତଥା ଅଗ୍ନିଶମ ଡିଜି ଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶ ନାମା ଅନୁସାରେ ପ୍ରତ୍ୟେକ ବସ୍ ରେ ଫାୟାର ଏକ୍ସତିଙ୍ଗୁଶେର, ଅଟୋମେଟିକ ଡେଟକ୍ସନ ସିଷ୍ଟମ ଓ ଫାୟାର ସପରେଶନ ସିଷ୍ଟମ ରହିବା ଜରୁରୀ। ଏହାଦ୍ବାରା କୌଣସି ଅଗ୍ନି ଦୁର୍ଘଟଣା ଘଟିଲେ ତୁରନ୍ତ ଆଲାର୍ମ ବାଜିବା ସହ ସୂଚନା ମିଳିଥାଏ ଏବଂ ସପରେଶନ ସିଷ୍ଟମ୍ କାର୍ଯକାରୀ ହୋଇ ନିଆଁ ଲିଭାଇବାରେ ସକ୍ଷମ ହୋଇଥାଏ।
ହିନ୍ଦୁସ୍ଥାନ ସମାଚାର / ପିକେପି