ଗାଡି ରଖିବାକୁ ନେଇ ଧାମନଗରରେ ଉତେଜନା, ଜଣେ ଗିରଫ
ଭଦ୍ରକ, ୭ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବଜାର ନିକଟ ବାସନ୍ତୀ ଦୁର୍ଗା ମନ୍ଦିର ସାମ୍ନାରେ ଗାଡି ରଖିବାକୁ ନେଇ ଉତେଜନା ଦେଖା ଦେଇଚି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ପରିସ୍ଥିତି ଦେଖାଯାଇଥିଲା। ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ପ୍ରକାଶ ଥାଉକି ବାସନ୍ତୀ ଦୁର୍ଗା ମନ୍ଦ
GADI RAKHIBAKU NEI DHAMNAGAR RE UTEJANA


ଭଦ୍ରକ, ୭ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବଜାର ନିକଟ ବାସନ୍ତୀ ଦୁର୍ଗା ମନ୍ଦିର ସାମ୍ନାରେ ଗାଡି ରଖିବାକୁ ନେଇ ଉତେଜନା ଦେଖା ଦେଇଚି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ପରିସ୍ଥିତି ଦେଖାଯାଇଥିଲା। ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ପ୍ରକାଶ ଥାଉକି ବାସନ୍ତୀ ଦୁର୍ଗା ମନ୍ଦିର ରାସ୍ତା ସାମ୍ନାରେ ସେକ ସାହାବାଜ ଅଲିଙ୍କ ପୁଅ ସେକ ସତାର ନିଜ ୪ ଚକିୟା ଗାଡି ରଖିଥିଲେ। ମନ୍ଦିରକୁ ଯିବାପାଇଁ ଲୋକମାନଙ୍କ ଯାତାୟାତ ଅସୁବିଧା ହେବାରୁ ସ୍ଥାନୀୟ ଯୁବକ ସକ୍ତିଦତ ଦାଶ ଗାଡି କାଢ଼ିବାକୁ ଅନୁରୋଧ କରିଥିଲେ। କିନ୍ତୁ ଏହି କଥାକୁ ନେଇ ସତାର ଅସନ୍ତୁଷ୍ଟ ହୋଇ ସକ୍ତିଦତ ଙ୍କୁ ଗାଳିଗୁଲଜ କରିଥିଲେ ଓ ପରେ ଦଶରୁ ସହଯୋଗୀଙ୍କ ସହିତ ଶକ୍ତିଦତ କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସକ୍ତିଦତ ଆହତ ହୋଇ ଥାନାରେ ପହଂଚି ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଧାମନଗର ଥାନା ଅଧିକାରୀ ରଞ୍ଜନ ସେଠୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ୪୨୨/୨୫ ନମ୍ବର ମାମଲା ରୁଜ୍ଜୁ କରି ସେକ ସତାରକୁ ଗିରଫ କରିଛି। ଘଟଣା ପରେ ଅଂଚଳରେ ଚାପା ଉତେଜନା ସୃଷ୍ଟି ହୋଇଥିଲା। ଏହି ଘଟଣା ଉପରେ ଉପଖଣ୍ଡ ଅଧିକାରୀ ତ୍ରିଲୋଚନ ସେଠୀ ସୂତନ୍ତ୍ର ନଜର ସହ ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande