ଓଡ଼ିଶାରେ ଚାଲିବ ହାଇଡ୍ରୋଜେନ୍ ଗାଡ଼ି
ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ଓଡ଼ିଶା ସମେତ କିଛି ରାଜ୍ୟରେ ହାଇଡ୍ରୋଜେନ୍ ଗାଡ଼ି ଚାଲିବ। ଇଣ୍ଡିଆନ ରୋଡସ୍ କଂଗ୍ରେସ ଅଧିବେଶନରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ଘୋଷଣା କରିଛନ୍ତି। ପାଇଲଟ ପ୍ରୋଜେକ୍ଟରେ ଓଡ଼ିଶା ସମେତ କିଛି ରାଜ୍ୟରେ ଚାଲିବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍
ଓଡ଼ିଶାରେ ଚାଲିବ ହାଇଡ୍ରୋଜେନ୍ ଗାଡ଼ି


ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ଓଡ଼ିଶା ସମେତ କିଛି ରାଜ୍ୟରେ ହାଇଡ୍ରୋଜେନ୍ ଗାଡ଼ି ଚାଲିବ। ଇଣ୍ଡିଆନ ରୋଡସ୍ କଂଗ୍ରେସ ଅଧିବେଶନରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ଘୋଷଣା କରିଛନ୍ତି।

ପାଇଲଟ ପ୍ରୋଜେକ୍ଟରେ ଓଡ଼ିଶା ସମେତ କିଛି ରାଜ୍ୟରେ ଚାଲିବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ହାଇଡ୍ରୋଜେନ ଆମେ ପ୍ରସ୍ତୁତ କରୁଛୁ, ଏହା ହେଉଛି ଭବିଷ୍ୟତ। ଦେଶର ଚାଷୀ କେବଳ ଅନ୍ନଦାତା ନୁହନ୍ତି, ଇନ୍ଧନଦାତା ମଧ୍ୟ। ଏବେ ଚାଷୀ ଇଥାନଲ୍ ପ୍ରସ୍ତୁତ କରୁଛି, ନଡ଼ା ଓ ବାଉଁଶରୁ ଇନ୍ଧନ ପ୍ରସ୍ତୁତ ହେଉଛି। ଏହାକୁ ଓଡ଼ିଶା ସରକାର ପ୍ରୋତ୍ସାହନ କରିବା ଉଚିତ୍‌।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande