ବେଆଇନ ବାଲି ଚୋରା ଚାଲାଣ : ଖଣି ବିଭାଗ ଦ୍ଵାରା ହାଇୱା ଜବତ
କୋରେଇ, ୭ ନଭେମ୍ବର (ହି.ସ.)- ଯାଜପୁର ଖଣି ବିଭାଗ ଦ୍ୱାରା ବାଲି ଚୋରା ଚାଲାଣ ଉପରେ ନିୟମିତ ଚଢଉ ଜାରି ରହିଛି । ଗୁରୁବାର ରାତ୍ରୀରେ ଖଣି ବିଭାଗ ଚଢଉ କରିଥିଲା । ପାଣିକୋଇଲି ଥାନା ଅନ୍ତର୍ଗତ ରୁଢିଆ ଠାରେ ଏକ ବାଲି ବୋଝେଇ ହାଇୱାକୁ ଅଟକାଇ ଯାଂଚ କରିଥିଲା । ମାତ୍ର ବାଲିର କୌଣସି କାଗଜପତ୍ର ନଥିବାରୁ
ବେଆଇନ ବାଲି ଚୋରା ଚାଲାଣ : ଖଣି ବିଭାଗ ଦ୍ଵାରା ହାଇୱା ଜବତ


କୋରେଇ, ୭ ନଭେମ୍ବର (ହି.ସ.)- ଯାଜପୁର ଖଣି ବିଭାଗ ଦ୍ୱାରା ବାଲି ଚୋରା ଚାଲାଣ ଉପରେ ନିୟମିତ ଚଢଉ ଜାରି ରହିଛି । ଗୁରୁବାର ରାତ୍ରୀରେ ଖଣି ବିଭାଗ ଚଢଉ କରିଥିଲା । ପାଣିକୋଇଲି ଥାନା ଅନ୍ତର୍ଗତ ରୁଢିଆ ଠାରେ ଏକ ବାଲି ବୋଝେଇ ହାଇୱାକୁ ଅଟକାଇ ଯାଂଚ କରିଥିଲା । ମାତ୍ର ବାଲିର କୌଣସି କାଗଜପତ୍ର ନଥିବାରୁ ଉକ୍ତ ଗାଡିକୁ ପାଣିକୋଇଲି ପୁଲିସ ଜିମା ଦେଇଥିଲା । ଏହି ଚଢଉରେ ଜୁନିୟର ଖଣି ଅଧିକାରୀ ବିଶ୍ୱଜିତ ସ୍ୱାଇଁ ଓ ସୀତେଶ ନାୟକଙ୍କ ସମେତ ପୁଲିସ ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande