ଜଳ ଜୀବନ ମିଶନ ସଚେତନତା
ଜଳ ଜୀବନ ମିଶନ ସଚେତନତା
ଜଳ ଜୀବନ ମିଶନ ସଚେତନତା


ସମ୍ବଲପୁର, ୦୭ ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ୱାର୍ଡ ନଂ ୯ ଜାମବାହାଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ମେଗା ପାନୀୟ ଜଳ ପ୍ରକଳ୍ପ ପକ୍ଷରୁ ପ୍ରତ୍ୟେକ ଘରେ ନଳ ପ୍ରତ୍ୟେକ ଘରେ ଜଳ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରେଙ୍ଗାଲି ସରପଞ୍ଚ ଡ. ଚିତ୍ତରଞ୍ଜନ ବାଗଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମେଗା ପାନୀୟ ଜଳ ବିଭାଗ ର ମୁଖ୍ୟ ଯନ୍ତ୍ରୀ ବ୍ରହ୍ମାନନ୍ଦ ରାଉତ, ସହକାରୀ ଯନ୍ତ୍ରୀ ଦୋଳ ଗୋବିନ୍ଦ ପଣ୍ଡା, ଆର ଡବ୍ଲୁ ଏସ ଏସ ବିଭାଗ ର ସହକାରୀ ଯନ୍ତ୍ରୀ ମକରଧ୍ବଜ ନାୟକ, ଇନ୍ଦୁମତି ପାଣ୍ଡେ, ୱାର୍ଡ ସଭ୍ୟ ରମାକାନ୍ତ ଓରାମ, ଜାମବାହାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପିତାମ୍ବର ପ୍ରଧାନ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ର ନିର୍ବାହୀ ଅଧିକାରୀ ଅଗସ୍ତି ମହାପାତ୍ର, ଏମବିକେ ଅନିତା ବେହେରା, ରେଙ୍ଗାଲି ଗ୍ରାମ ପଞ୍ଚାୟତ ର ସମସ୍ତ ସି ଆର ପି, ରାମା ପଡ଼ା, ଜାମ ବାହାଲ, ମହୁଲ ପଡ଼ା ର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ। ମହୁଲ୍ ପଡ଼ା, ରାମା ପଡ଼ା, ଓ ମଉଳା ନଗର କୁ ପ୍ରତ୍ୟେକ ଘରେ ନଳ ପ୍ରତ୍ୟେକ ଘରେ ଜଳ ଯୋଜନା ରେ ସାମିଲ କରାଯାଇଛି

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande