ଜୟପୁର ମୁଖ୍ୟ ରାସ୍ତା କଡରୁ ଜବରଦଖଲ ହଟାଇଲା ପୌରପାଳିକା
Bhubaneswar, 7 ନଭେମ୍ବର (ହି.ସ.) ଜୟପୁର ଜୟପୁର ଏମଜିରୋଡ ଏବ˚ ପୁରୁଣା ମାଛମାର୍କେଟ ରାସ୍ତା କଡରେ ଥିବା ଉଠାବ୍ୟବସାୟୀ ମାନଙ୍କୁ ଆଜି ହଟାଇଛି ପୌରପାଳିକା। ର କର୍ମଚାରୀ ମାନେ ଏମ.ଜି.ରୋଡ ଏବ˚ ପୁରୁଣା ମାଛ ମାର୍କେଟ ରାସ୍ତା କଡରେ ଥିବା ଉଠା ଦୋକାନି ମାନଙ୍କୁ ତାଗିଦ କରିବା ସହ ଆଗାମୀ ଦି
ଜୟପୁର ମୁଖ୍ୟ ରାସ୍ତା କଡରୁ ଜବରଦଖଲ ହଟାଇଲା ପୌରପାଳିକା


Bhubaneswar, 7 ନଭେମ୍ବର (ହି.ସ.)

ଜୟପୁର

ଜୟପୁର ଏମଜିରୋଡ ଏବ˚ ପୁରୁଣା ମାଛମାର୍କେଟ ରାସ୍ତା କଡରେ ଥିବା ଉଠାବ୍ୟବସାୟୀ ମାନଙ୍କୁ ଆଜି ହଟାଇଛି ପୌରପାଳିକା। ର କର୍ମଚାରୀ ମାନେ ଏମ.ଜି.ରୋଡ ଏବ˚ ପୁରୁଣା ମାଛ ମାର୍କେଟ ରାସ୍ତା କଡରେ ଥିବା ଉଠା ଦୋକାନି ମାନଙ୍କୁ ତାଗିଦ କରିବା ସହ ଆଗାମୀ ଦିନରେ ସେଠାରେ ଦୋକାନ ନ ପକାଇବା ପାଇଁ କହିଥିଲେ। ପୁରୁଣା ମାଛ ମାର୍କେଟ ନିକଟରେ ଥିବା ବିରିୟାନୀ ଦୋକାନ ଗୁଡିକ ହଟାଇବା ପାଇଁ କୁହାଯାଇଛି। ଏହି ଦୋକାନ ନିକଟରେ ବିଦ୍ୟାଳୟ ଗୁଡିକ ରହିଥିବା ଯୋଗୁଁ ଅନେକ ସମୟରେ ଏଠାରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ଟ୍ରାଫିକ ଜାମ ରହୁଛି। ଯାହା ଫଳରେ ଲୋକେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜିର ଏହି ଉଚ୍ଛେଦ କାର୍ଯ୍ୟରେ ସ୍ବାସ୍ଥ୍ୟ ନିରିକ୍ଷକ ଭୁବନୀ ହାଲବା କର୍ମଚାରୀ ସତ୍ୟନାରାୟଣ ପାତ୍ର, ସଞ୍ଜୟ ମାର୍ଥା ଏବ˚ ପୌର କର୍ମଚାରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande