
ଖୋର୍ଦ୍ଧା, ୭ ନଭେମ୍ବର (ହି.ସ.)- ସମଗ୍ର ଭାରତ ବର୍ଷରେ ସ୍ବର୍ଗତ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଅମର କୃତୀ ଯାହା ଭାରତ ମାତାର ଜଳ ସ୍ଥଳ ଓ ଆକାଶ, ବଣ, ଜଙ୍ଗଲ, ପାହାଡ, ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସ୍ୱର୍ଗୀୟ ସ୍ଲୋଗାନ ତଥା ସଙ୍ଗୀତ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l ଏହି ଜାତୀୟ ସ୍ଲୋଗାନ ଓ ସଙ୍ଗୀତର ସିଧା ପ୍ରସାରଣ କାର୍ଯ୍ୟକ୍ରମ ନୂଆଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ସଂସ୍କୃତି ତଥା ରାଜ୍ୟ ସଂସ୍କୃତି ବିଭାଗ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ସମଗ୍ର ଦେଶରେ ବନ୍ଦେ ମାତରଂ ର ୧୫୦ତମ ଉତ୍ସବ ସଙ୍ଗୀତ ଗାନ କରାଯାଇ ଥିବା ବେଳେ ଛିଡା ହୋଇ ଭବ୍ୟ ସମ୍ମାନ ଜ୍ଞାପନ କରାଯାଇଥିଲା l ଏହି ଅବସରରେ ପ୍ରଧାମନ୍ତ୍ରୀଙ୍କର କରକମଳରେ ନୂଆଦିଲ୍ଲୀ ଠାରେ ବନ୍ଦେ ମାତରଂ ପୋର୍ଟାଲ ଆତ୍ମ ନିର୍ଭର ଓ ୨୦୩୬ ଭାରତଉଦ୍ଘାଟିତ ହୋଇଥିଲା l
ଦିବସରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ ଡେପୁଟୀ କଲେକ୍ଟର ଅନନ୍ୟା ସୃଷ୍ଟି ଶତପଥୀ, ନିବେଦିତା ପରିଡ଼ା, ଆର୍ତ୍ତତ୍ରାଣ ମଲ୍ଲିକ, ଆସିଷ୍ଟାଣ୍ଟ କଲେକ୍ଟର କ୍ରିଷ୍ଣା କୁମାର ଜେନା, ଭୁବନେଶ୍ଵରୀ କଅଁର,ଡି ଇ ଜି ଏମ, ଓସ୍ୱାନ ମାନସ ବ୍ରହ୍ମ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ସେକ୍ସନ ଅଧିକାରୀ, ବରିଷ୍ଠ ଓ କନିଷ୍ଠ ସହାୟକ, ସହାୟିକା ପ୍ରମୁଖ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ରାକେଶ