ମୋ ସ୍ୱପ୍ନର ଓଡ଼ିଶା ୨୦୩୬ ପ୍ରସଙ୍ଗ କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ
ଖୋର୍ଦ୍ଧା, 7 ନଭେମ୍ବର (ହି.ସ.)ଆଜିର ଶିଶୁ ଆଗାମୀ କାଲିର ରାଷ୍ଟ୍ର ନିର୍ମାତା ର ସୂତ୍ରଧର l ସୁରଭି ଛାତ୍ରଛାତ୍ରୀ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତି ଓ ଗୁଣକୁ ପରିଚିତ ଓ ପ୍ରସ୍ଫୁଟିତ କରିବାର ରାଜ୍ୟ ସରକାର, ଶିକ୍ଷ୍ୟା ବିଭାଗର ଏକ ପ୍ରେରଣାଦାୟୀ ଯୋଜନା l ସୁରଭି କାର୍ଯ୍ୟକ୍ରମରେ ସମାଜ
ଶିଶୁ


Suravi


ଖୋର୍ଦ୍ଧା, 7 ନଭେମ୍ବର (ହି.ସ.)ଆଜିର ଶିଶୁ ଆଗାମୀ କାଲିର ରାଷ୍ଟ୍ର ନିର୍ମାତା ର ସୂତ୍ରଧର l ସୁରଭି ଛାତ୍ରଛାତ୍ରୀ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତି ଓ ଗୁଣକୁ ପରିଚିତ ଓ ପ୍ରସ୍ଫୁଟିତ କରିବାର ରାଜ୍ୟ ସରକାର, ଶିକ୍ଷ୍ୟା ବିଭାଗର ଏକ ପ୍ରେରଣାଦାୟୀ ଯୋଜନା l ସୁରଭି କାର୍ଯ୍ୟକ୍ରମରେ ସମାଜର ସବୁ ବର୍ଗର ପିଲାଙ୍କ ସହିତ ପ୍ରତ୍ୟକ୍ଷ ଅନୁଭୂତି ମିଳିଥାଏ ଯାହା ଛାତ୍ର ଛାତ୍ରୀ ମାନଙ୍କ ଜିଜ୍ଞାସା ସୃଷ୍ଟି କରି ଆଗକୁ ବଢାଇବାର ଜ୍ଞାନ ଆହରଣ ଓ ସ୍ବପ୍ନ ବସ୍ତବତାରେ ପରିଣତ କରିବା ଏବଂ ସଚ୍ଚୋଟ ସରଳ ପଣିଆ ଓ ଉତ୍ତୋରତ୍ତର ଅଭିବୃଦ୍ଧି ଘଟାଇ ପଥ ପରିଷ୍କାର କରିଥାଏ l ଏଣୁ ଛାତ୍ର ଛାତ୍ରୀ ମାନେ ଦୃଢ଼ ସଂକଳ୍ପ ନେଇ ନିଜର ସରଳ ପଣିଆ ଓ ସମ୍ୱେଦନଶିଳତା କୁ ବଜାୟ ରଖି ମଣିଷ ପଣିଆ ମନୋଭାବ ନେ଼ଇ ନିଜର ଜୀବନର ଲକ୍ଷ୍ୟରେ ପହଞ୍ଚନ୍ତୁ ବୋଲି ଆହ୍ଵାନ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେ ଯେ ସୁରଭି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ l ଏହା ଏକ ସୁଯୋଗ ଯାହା ଛାତ୍ରଛାତ୍ରୀ ମାନଙ୍କୁ ସମାଜ ଓ ରାଷ୍ଟ୍ର ରେ ପରିଚିତ କରଏ l ସ୍ବଚ୍ଛତା କୁ ଛାତ୍ର ଛାତ୍ରୀ ମାନେ ଆପଣେଇବା , ଭଲ ମଣିଷ ହେବା ପାଇଁ ଧର୍ଯ୍ୟ ଶକ୍ତି ରଖିବା, ସହନଶୀଳତା ରଖି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଭକ୍ତି ପ୍ରଦର୍ଶନ କରି ନିଜ ମଧ୍ୟରେ ଥିବା ଦକ୍ଷତା କୁ ପ୍ରତିପାଦିତ କରି ରାଷ୍ଟ୍ରର ଟେକ ରଖିବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟ ବକ୍ତା ଶ୍ରୀ ସାହୁ ଜିଲ୍ଲା ପ୍ରଶାସନର ଯେଉଁ ଲକ୍ଷ୍ୟ ମଡେଲ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରିବା, ମଡେଲ ପ୍ରାଥମିକ ବିଦ୍ୟାଳୟ ଓ ଏବଂ ଜୀବନ ଜୀବିକା ର ଉତ୍ଥାନ କରି ଖୋର୍ଦ୍ଧା ଜିଲ୍ଲାକୁ ସମଗ୍ର ରାଷ୍ଟ୍ରରେ ୨୦୩୬ ଭିଜନ ରେ ଏକ ନମ୍ୱର୍ କରିବାକୁ ଛାତ୍ର ଛାତ୍ରୀ ମାନେ ନିଜର ଦକ୍ଷତା କୁ ଗୁରୁତ୍ଵ ଦେଇ ୨୦୩୬ଭିଜନ କୁ ସାକାର କରନ୍ତୁ ବୋଲି ବକ୍ତବ୍ୟ ରଖିଥିଲେ l ବିଶିଷ୍ଟ ଅତିଥି ଭାବେ ଖ୍ୟାତ ନାମା କଣ୍ଠ ଶିଳ୍ପୀ ରବିନ୍ଦ୍ର ମହାପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସତ୍ୟ ପଥରେ ଯିବା, ଭଲ ମଣିଷ ହେବା ପାଇଁ ପିତାମାତା, ଗୁରୁଜନ ଙ୍କ ଆଶ୍ରି ବାଦ ନେଇ ନିଜର ମନୋବଳ ଦୃଢ଼ ରଖି ମାନବ ବାଦ ଧର୍ମରେ ଜିଲ୍ଲାର ନାମ ଟେକ ରଖନ୍ତୁ ବୋଲି କହିଥିଲେ l ସେହିପରି ସଭାପତି ଭାଷଣରେ ଜିଲ୍ଲା ଶିକ୍ଷା ଅଧିକାରୀ ଶୋନାମିକା ରାୟ ଅତିଥି ପରିଚୟ ପ୍ରଦାନ କରି ସୁରଭି ୨୦୨୫ ର ଉଦେଶ୍ୟ ଓ ଆଭିମୁଖ୍ୟ ସ୍ପଷ୍ଟ କରି କହିଲେ ଛାତ୍ରଛାତ୍ରୀ ମାନଙ୍କ ସହ ପାଠ୍ୟକ୍ରମ କାର୍ଯ୍ୟ କଳାପ ସମ୍ଭାବନା ଓ ଅନ୍ତର୍ନିହିତ ଶକ୍ତିର ବିକାଶ, ବାହାର ଜଗତ ସହ ସେମାନଙ୍କୁ ଯୋଡ଼ି ରାଷ୍ଟ୍ରର କର୍ଣ୍ଣଧାର ହୋଇ ଗଢିତୋଳିବା ସୁରଭି ର ମୁଖ୍ୟ ଲକ୍ଷ୍ୟ ବୋଲି ଅଭିଭାଷଣ ରଖିଥିଲେ l ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଋତୁରାଜ ଓ ଅତିଥି ମାନେ ଶ୍ରୀ ଗଣେଶ ଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ l ମୁଖ୍ୟ ଅତିଥି ଓ ସମସ୍ତ ଅତିଥିମାନଙ୍କୁ ଉପଢ଼ୌକନ ଏବଂ ଚାରା କୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l କଣ୍ଠଶିଳ୍ପୀ ରବୀନ୍ଦ୍ର ମହାପାତ୍ର ତାଙ୍କର ମଧୁର କଣ୍ଠରେ ଜଗନ୍ନାଥ ଭଜନ ଗାୟନ କରିଥିଲେ l ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡି. ପ୍ରଜ୍ଞା ପାରମିତା ଜେନା, ରଶ୍ମି ବାଳା ପରିଡ଼ା,ବି ଯେ ବି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି ମଞ୍ଚାଶୀନ ଥିଲେ lଦ୍ୱିତୀୟ ଭାଗରେ ମୁଖ୍ୟ ଅତିଥି ରୁପଶ୍ରୀ ରାଣୀ ଗୁମାନସିଂ, ମୁଖ୍ୟ ବକ୍ତା ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ପ୍ରତାପ ଚନ୍ଦ୍ର ବେଉରା, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଉପସଭାପତି ,ଗୋପୀନାଥ ମହାରଣା, ଖୋର୍ଦ୍ଧା ବ୍ଲକର ସମସ୍ତ ସିଆରସିସି ବିଜେବି ଉଚ୍ଚ ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା, ଅଗାଧୁ ସେଠୀ, ରବି ନାରାୟଣ ପଣ୍ଡା, ମୃତ୍ୟୁଞ୍ଜୟ ମହାପାତ୍ର, ଯୁଧିଷ୍ଟିର ସାହୁ ଯୋଗଦେଇ ସୁରଭି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ଵନ୍ଧରେ ଆଲୋକ ପାତ କରିଥିଲେ ଓ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ l ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ଧନ୍ୟବାଦ ଦେଇଥିଲେ l ଦିବସରେ ସମସ୍ତ ସି ଆର ସି ସି,ବି ଆର ସି ସି, ବ୍ଲକ୍ ଶିକ୍ଷା ଅଧିକାରୀ, ଛାତ୍ର ଛାତ୍ରୀ, ପ୍ରତିଯୋଗୀ, ଅଭିଭାବକ , ଜନ ପ୍ରତିନିଧି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l ଦିବସରେ ପ୍ରଥମ ଅଧିବେଶନରେ ବିଙ୍କିମ୍ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ବନ୍ଦେ ମାତରଂ ଜାତୀୟ ସ୍ଲୋଗାନ ତଥା ସଙ୍ଗୀତ ବାଦନ କରାଯାଇ ସମ୍ମାନ ପ୍ରଦର୍ଶନ କରାଯାଇଥିଲା l

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande