ଜମୁଛି କେନ୍ଦୁଆପଦାର ରାସ ପୂର୍ଣ୍ଣିମା, ବିବିଧ କାର୍ଯ୍ୟକ୍ରମରେ ଦୁଲୁକୁଛି ମଂଚଞ୍ଚ
ଭଦ୍ରକ, ୭ ନଭେମ୍ବର (ହି.ସ.) - ଭଦ୍ରକ ଗ୍ରାମାଂଚଳ ଥାନା କେନ୍ଦୁଆପଦା ହାଇସ୍କୁଲ୍ ପଡିଆରେ ରାସ ପୂର୍ଣ୍ଣମି ଧୁମ୍ ଧାମରେ ଚାଲିଛି । ହାପି କ୍ଲବ୍ ଆନୁକ୍ୟଲ୍ୟର ଦୀର୍ଘ ୧୫ ବର୍ଷ ଧରି ଏହା ଚାଲିଥିବା ବେଳେ ଏଥିପାଇଁ ରାଧାକୃଷ୍ଣ ଠାକୁର, ପାଶ୍ୱର୍ ଦେବାଦେବୀ ଓ ସଚେତନ ଧର୍ମୀ ମୂତିମାନ ନିର୍ମାଣ କରାଯାଇଛି
KENDUAPADARA RAHAS PURNAMI


ଭଦ୍ରକ, ୭ ନଭେମ୍ବର (ହି.ସ.) - ଭଦ୍ରକ ଗ୍ରାମାଂଚଳ ଥାନା କେନ୍ଦୁଆପଦା ହାଇସ୍କୁଲ୍ ପଡିଆରେ ରାସ ପୂର୍ଣ୍ଣମି ଧୁମ୍ ଧାମରେ ଚାଲିଛି । ହାପି କ୍ଲବ୍ ଆନୁକ୍ୟଲ୍ୟର ଦୀର୍ଘ ୧୫ ବର୍ଷ ଧରି ଏହା ଚାଲିଥିବା ବେଳେ ଏଥିପାଇଁ ରାଧାକୃଷ୍ଣ ଠାକୁର, ପାଶ୍ୱର୍ ଦେବାଦେବୀ ଓ ସଚେତନ ଧର୍ମୀ ମୂତିମାନ ନିର୍ମାଣ କରାଯାଇଛି । ସମଗ୍ର ସ୍କୁଲ୍ ପଡିଆକୁ ତୋରଣ ଓ ଆଲୋକରେ ସଜ୍ଜା ଯାଇଥିବା ବେଳେ ମିନା ବଜାର ଓ ବିଭିନ୍ନ ପ୍ରକାର ଦୋଳି ପ୍ରତ୍ୟେହ ସନ୍ଧ୍ୟାରେ ହଜାରେ ସଂଖ୍ୟାରେ ଦର୍ଶକଙ୍କୁ ଆକୃଷ୍ଟ କରୁଛି । ସାଂସ୍କୃତିକ ମଂଚରେ ଓଡିଶାର ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ସମେତ ଶିକ୍ଷାବିତ୍‌, ସମାଜସେବୀ ଓ ବିଭିନ୍ନ ପ୍ରତିଭାଧର ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିର୍ତ କରାଯିବା ସହ ଗୀତା ବଂଟନ କରାଯାଇଛି । ଏହି ଉତ୍ସବ ଅବସରରେ ରକ୍ତଦାନ , ସ୍ୱାସ୍ଥ୍ୟସେବା ଶିବିର ଆଦି ଅନୁଷ୍ଠିତ ହେଉଛି । ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଦାନଗଦି ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ, ସ୍ତମ୍ଭକାର ଅଭୟ ଦି୍ୱବେଦୀ, ପୁରୀ ମଠ ମହନ୍ତ ମହାରାଜ ଅଦୈତ୍ୟ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶଶି ଶେଖର କରଶର୍ମାଙ୍କ ପୌରହିତ୍ୟରେ ସଭା କାର୍ଯ୍ୟ ସମ୍ପାଦିତ ହେଉଛି । କ୍ଲବ୍ ସଭାପତି ଅନନ୍ତ ପାଇକରାୟ, ସମ୍ପାଦକ ସତ୍ୟବ୍ରତ ଜେନା, ପବିତ୍ର ଲେଙ୍କା, ସୌମ୍ୟରଞ୍ଜନ କର, ପ୍ରଶାନ୍ତ ଲେଙ୍କା, ଶେଷଦେବ ମଲ୍ଲିକ୍‌, ସୁକାନ୍ତ ସାହୁ, ଅଜିତ୍ ଦତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande