
ବଲାଙ୍ଗୀର, ୦୭ ନଭେମ୍ବର(ହି.ସ.) – ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ସୀମାନ୍ତ ବାଲପୁର ରେ କଳାସୀ ଯାତ୍ରା ଅନୁଷ୍ଠିତ ହୋଇଛି। କାର୍ତିକ ଶୁକ୍ଳ ତ୍ରୟୋଦଶୀ ଦିନ ପୁରାତନ କଳାସୀ କୋଠିରେ ପୂଜାର୍ଚନା ପରେ ବରୁଆ ଦେହରେ ଦେବତା ସବାର ହୋଇଥିଲେ। ତା’ପରେ ବରୁଆ ମାନେ ଗାଁ ପରିକ୍ରମା କରିଥିଲେ। ଗାଁ ର ପ୍ରତ୍ୟେକ ପରିବାର ନିଜନିଜ ଘର ଆଗରେ ଫୁଲ ଧୂପ ଦେଇ ଦେବତାଙ୍କ ପାଦ ଧୋଇଥିଲେ। ମୁଖ୍ୟ ପୂଜକ କୃଷ୍ଣ ସାହୁ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଅବସରରେ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଛୋକରମାଲ ସରପଂଚ ଶଙ୍କରପ୍ରସାଦ ସାଙ୍କ ତତ୍ୱାବଧାନ ରେ ବାଲେଶ ନାଏକ, ସୁଧୀର ପଧାନ, ବିଦ୍ୱା ଜେନା, ଦିଲ୍ଲୀପ ମାଝୀ, ନିବାସ ପଧାନ, ନିରଞ୍ଜନ ନାଏକ, ଧରଣୀ ବିଶ୍ୱାଳ, ଲକ୍ଷ୍ମୀନ୍ଦ୍ର ବାଘ, ତରିଆ ଜେନାଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଏହି କଳାସୀ ଯାତ୍ରା ଶହେ ବର୍ଷରୁ ଅଧିକ ବର୍ଷ ହେଲା ଗାଁ ରେ ପରମ୍ପରା ଅନୁସାରେ ଚାଲି ଆସୁଥିବା ଯାତ୍ରା କମିଟି ସଭାପତି ଲାଲ ନାଏକ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ