ବିବାହ ପ୍ରତିଶୃତି ମହିଳାଙ୍କୁ ପ୍ରତାରଣା, ଯୁବକ ଗିରଫ
ଜୟପୁର, 7 ନଭେମ୍ବର (ହି.ସ.) କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ବି.ସିଙ୍ଗପୁର ଥାନାର ମଦୁଲୀଗୁଡା ଗ୍ରାମ ଠାରେ ଜଣେ ବିବାହ ପରେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଦୈହିକ ସମ୍ପର୍କ ରଖିବା ସହିତ ଶେଷରେ ପ୍ରତାରଣା କରିବା ଅଭିଯୋଗରେ ଉକ୍ତ ଗ୍ରାମର ଯୁବକ ଦେବରାଜ ବିଶ
ବିବାହ ପ୍ରତିଶୃତି ମହିଳାଙ୍କୁ ପ୍ରତାରଣା, ଯୁବକ ଗିରଫ


ଜୟପୁର, 7 ନଭେମ୍ବର (ହି.ସ.) କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ବି.ସିଙ୍ଗପୁର ଥାନାର ମଦୁଲୀଗୁଡା ଗ୍ରାମ ଠାରେ ଜଣେ ବିବାହ ପରେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଦୈହିକ ସମ୍ପର୍କ ରଖିବା ସହିତ ଶେଷରେ ପ୍ରତାରଣା କରିବା ଅଭିଯୋଗରେ ଉକ୍ତ ଗ୍ରାମର ଯୁବକ ଦେବରାଜ ବିଶୋୟୀ (୩୦)ଙ୍କୁ ଜୟପୁର ମହିଳା ଥାନା ପୁଲିସ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରାଯାଇଛି । ଅଭିଯୋକାରୀଣୀ ୨୭ ବର୍ଷିୟା ବିବାହିତ ମହିଳା ସ୍ବାମୀ ପରିତ୍ୟକ୍ତା ହୋଇଥିବା ବେଳେ ତାଙ୍କର ୭ ବର୍ଷ ଝିଅ ରହିଛି । ଏହିପରି ଅଭିଯୁକ୍ତ ଯୁବକ ତାଙ୍କୁ ବିବାହ କରିବା ପ୍ରତିଶୃତି ଦେଇ ଗତ ୭ ମାସ ହେଲାଣି ବାରମ୍ବାର ଦୈହିକ ସମ୍ପର୍କ ରଖିଆସୁଥିଲେ । ଶେଷରେ ଅଭିଯୋଗକାରିଣୀ ବିବାହ କରିବାକୁ ଜିଦ୍ କରିବାରୁ ଯୁବକ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଏଥିନେଇ ଶେଷରେ ପୀଡିତା ମହିଳା ଜୟପୁରସ୍ଥିତ ମହିଳା ଥାନାର ଦ୍ବାରସ୍ତ ହୋଇଥିଲେ ବୋଲି ଥାନା ଅଧିକାରୀ ଆଶ୍ରିତା ଖାଲ୍କୋ ସୂଚନା ଦେଇଛନ୍ତି । ଏହି ମାମଲାର ତଦନ୍ତ ଏସ.ଆଇ ଶକୁନ୍ତଳା ଦେବୀ କରିବା ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande