ବିଜେପି ସରକାର କୁମ୍ଭକାର ସମାଜର ମଙ୍ଗଳ ପାଇଁ କାମ କରିଵ : ମନମୋହନ ସାମଲ
ନୂଆପଡ଼ା ଭୁବନେଶ୍ୱର, 07 ନଭେମ୍ବର (ହି.ସ.): କେନ୍ଦ୍ରରେ ମୋଦି ସରକାର ଆଉ ରାଜ୍ୟ ର ମୋହନ ସରକାର ସର୍ବଦା ବିଭିନ୍ନ ଜାତି ବର୍ଗର ମଙ୍ଗଳ ପାଇଁ କାମ କରିଆସୁଛି। ସେମାନଙ୍କ କୈ।ଳିକ ବୃତ୍ତି ଵା ପେସାର ବିକାଶ ପାଇଁ ବିଜେପି ସରକାର ସର୍ବଦା ଯତ୍ନବାନ। ଏହି ବିଷୟକୁ ଧ୍ୟାନ ଦେଇ ମୋଦି ସରକାର “ବିଶ୍ୱକର୍
ବିଜେପି ସରକାର କୁମ୍ଭକାର ସମାଜର ମଙ୍ଗଳ ପାଇଁ କାମ କରିଵ : ମନମୋହନ ସାମଲ


ନୂଆପଡ଼ା ଭୁବନେଶ୍ୱର, 07 ନଭେମ୍ବର (ହି.ସ.): କେନ୍ଦ୍ରରେ ମୋଦି ସରକାର ଆଉ ରାଜ୍ୟ ର ମୋହନ ସରକାର ସର୍ବଦା ବିଭିନ୍ନ ଜାତି ବର୍ଗର ମଙ୍ଗଳ ପାଇଁ କାମ କରିଆସୁଛି। ସେମାନଙ୍କ କୈ।ଳିକ ବୃତ୍ତି ଵା ପେସାର ବିକାଶ ପାଇଁ ବିଜେପି ସରକାର ସର୍ବଦା ଯତ୍ନବାନ। ଏହି ବିଷୟକୁ ଧ୍ୟାନ ଦେଇ ମୋଦି ସରକାର “ବିଶ୍ୱକର୍ମା ଯୋଜନା” ଆରମ୍ଭ କରିଛନ୍ତି। ଯାହାର ଉପକାରିତା

କୈ।ଳିକ ପେସା ଉପରେ ନିର୍ଭର କରୁଥିବା ବିଭିନ୍ନ ଜାତି ବର୍ଗର ଲୋକମାନଙ୍କୁ ପ୍ରୋତ୍ସାହିତ କରିଛି। ଏଣୁ ଆଜି ଏହି କୁରାଳ ସମାବେଶରେ କୁମ୍ଭକାର ମାନଙ୍କର ସମ୍ମାନ ଓ ସମ୍ବର୍ଦ୍ଧନ ବିଜେପି ସରକାର ବହନ କରିବ ବୋଲି ନୂଆପଡ଼ା କଲ୍ୟାଣପୁର ଠାରେ ଆୟୋଜିତ ରାଜ୍ୟ କୁନାର ମହାସଂଘର ସମାବେଶରେ ମୁଖ୍ୟ ଅତିଥି ଭାଵେ ଯୋଗଦେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଆଜି ନୂଆପଡା ବ୍ଲକ କଲ୍ୟାଣପୁର ଠାରେ ରାଜ୍ୟ କୁରାଳ (କୁମ୍ଭକାର) ମହାସଙ୍ଘ ପକ୍ଷରୁ ଏକ ସମାବେଶ ଆୟୋଜିତ ହୋଇଥିଲା। ଏଠାରେ ଆୟୋଜିତ ଜାତି ସମାଜ ସମ୍ମିଳନୀ ରେ ଉପମୁଖ୍ୟ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଖୁବ ଶୀଘ୍ର ରାଜ୍ୟ ସରକାର କୁମ୍ଭାକାର ସମାଜର ମୁଖ୍ୟ ଦାବୀ ମାଟିକଳା ବୋର୍ଡ ଗଠନ ପାଇଁ ସକ୍ରିୟ ବିଚାର କରୁଛନ୍ତି। ବିଜେପି ଶାସିତ ରାଜ୍ୟମାନେ ଏହି ବୋର୍ଡ କରି କୁମ୍ଭକାର ମାନଙ୍କ କୌଳିକ ବୃତ୍ତି ଉଦ୍ଜୀବିତ କରାଇବାରେ ସହଯୋଗ କରିଛନ୍ତି। ମୋଦୀ ସରକାର ଠିକ୍ ସମୟରେ ହିଁ ପଛୁଆବର୍ଗ ଲୋକମାନଙ୍କ କଲ୍ୟାଣ ପାଇଁ ବିଶ୍ୱକର୍ମା ଯୋଜନା କଲେ ଏବଂ ଆଗକୁ ଏହି ସମାଜର ସବୁ ସମସ୍ୟାର ସମାଧାନ ବିଜେପି ସରକାର କରିବ ବୋଲି ସମାବେଶରେ ଯୋଗ ଦେଇଥିବା ବିଜେପି ନେତାମାନେ ପ୍ରକାଶ କରିଥିଲେ।

ଏହି ସମାବେଶରେ ରାଜ୍ୟ କୁମ୍ଭକାର ସଂଘର ସଭପାତି ଯୁଗଳ ରଣା, ଓବିସି ରାଜ୍ୟ ସଭପାତି ସୁରଥ ବିଶ୍ୱାଳ, ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande